ବାଇକ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ଜଣେ ଗୁରୁତର

ରାୟଗଡ, (ଶିବ ନାରାୟଣ ଗୈାଡ): ୩୨୬ନମ୍ବର ଜାତୀୟ ରାଜପଥରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି । ମୃତକ ଜଣକ କୋରାପୁଟ ଜିଲ୍ଳା ବନ୍ଧୁଗାଁ ବ୍ଳକ ଅନ୍ତର୍ଗତ ନିଲାବାଡି ଗ୍ରାମର ବେଣୁଧର ଖରା ବୋଲି ଜଣାପଡିଥିବା ବେଳେ ଗୁରୁତର ଜଣଙ୍କ କୋରାପୁଟ ଜିଲ୍ଳା ଜୟପୁରର ନୀଳାମ୍ବର ମହାରଣା ବୋଲି ଜଣାପଡିଛି ।


ମିଳିଥିବା ସୂଚନା ପ୍ରକାରେ ଆସନ୍ତ ଫେବୃଆରୀ ୧୬ତାରିଖରେ ହେବାକୁ ଥିବା ନିଜ ବଡଭାଇଙ୍କ ବାହାଘର ନିମନ୍ତ୍ରଣ ପତ୍ର ରାୟଗଡ ସହରର ଏକ ପ୍ରିଂଟିଙ୍ଗ ପ୍ରେସରୁ ନେଇ କୋରାପୁଟ ଜିଲ୍ଳା ନୀଲାବାଡି ଗ୍ରାମର ବେଣୁଧର ନିଜ ଆପାଚି ବାଇକ (ଓଡି୧୮ଜି-୪୭୯୧) ଯୋଗେ ନିଜ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ରାୟଗଡ ସହରରେ ଥିବା ନିଜ ସଂର୍ପକୀୟଙ୍କ ଘରକୁ ନିଜ ଭଣଜାର ବାହାଘର ପାଇଁ ନିମନ୍ତ୍ରଣ ସକାଶେ ଗୁଆ ଦେବାକୁ ନିଜ ପଲସର ବାଇକ (ଓଡି୦୭-ଏଫ-୯୨୭୮) ଯୋଗେ ଆସୁଥିବା ଜୟପୁରର ନୀଳାମ୍ବର ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡ ସହର ଉପକଣ୍ଡ ମା ତାରିଣୀ ମନ୍ଦିର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲେ ।


ଫଳରେ ଘଟଣାସ୍ଥଳରେ ନୀଳାବାଡି ଗ୍ରାମର ବେଣୁଧରଙ୍କ ପ୍ରାଣବାୟୁ ଉଡିଯାଇଥିବା ବେଳେ ଜୟପୁରର ନୀଳାମ୍ବର ଗୁରୁତର ଆହାତ ହୋଇଛନ୍ତି । ଦୁର୍ଘଟଣା ସଂପର୍କରେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଓ ରାୟଗଡ ଥାନା ପୋଲିସ ଘଟଣାସ୍ଥଳରେ ପଂହଚି ମୃତକଙ୍କ ଶବକୁ ଏବଂ ଗୁରତରଙ୍କୁ ଉଦ୍ଧାର କରି ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମୃତକଙ୍କ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.