ବାତେଲିମା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକୀର ମୋହନ ମାଝୀ ବାତେଲିମା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବା ଜଣାପଡିଛି। ଏନେଇ ଇଂ ମାଝୀ କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ବାତେଲିମା ସ୍କୁଲକୁ ଯାଇଥିବା ସମୟରେ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀ ମନାଲିସା ଜେନା, ଶିକ୍ଷକ ତପନ କୁମାର ସାମଲ, ଖୀରସିନ୍ଧୁ ମଲ୍ଲିକ, ପରୀକ୍ଷିତ ମାଝୀ,ସ୍କୁଲ ପରିଚାଳନା କମିଟିର ସଭାପତି କୃତିକ ପାତ୍ର, ସମିତି ସଭ୍ୟା ବାସନ୍ତି ସାମଲ ଓ ଅଭିଭାବକ ମାନେ ସମ୍ବର୍ଦ୍ଧନା ଜଣାଇଛନ୍ତି।


ଏଠାରେ ସୂଚନାଯୋଗ୍ୟ ଯେ, ଏହି ସ୍କୁଲ ୧୯୬୬ ମସିହାରେ ସ୍ଥାପିତ ହୋଇଥିବା ବେଳେ ବ୍ଲକ ମୁଖ୍ୟାଳୟ ଠାରୁ ୧୬ କିମି ଦୂରରେ ଅବସ୍ଥିତ।ବର୍ତ୍ତମାନ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୪୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।ସ୍କୁଲର ସର୍ବାଙ୍ଗୀନ ବିକାଶ ଦିଗରେ ଧ୍ୟାନ ଦିଆଯିବ ବୋଲି ବ୍ଲକ ଅଧ୍ୟକ୍ଷ ଇଂ ମାଝୀ ପ୍ରକାଶ କରିବା ପରେ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିଯାଇଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ) ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.