ସଂପୂର୍ଣ୍ଣ ବାର୍ତ୍ତା ତାଲିମ କାର୍ଯ୍ୟକ୍ରମ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ୟୁନିସେଫ ସହାୟତାରେ ଶିଶୁ ଓ ମାଁ ମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟି ସମ୍ବନ୍ଧୀୟ ଫଳପ୍ରଦ ଯୋଗାଯୋଗ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି ତାଲିମ ଶିବିରକୁ ମୁଖ୍ୟ ଅତିଥିଭାବରେ ବିଡ଼ିଓ ରୁମାନା ଜାଫ୍ରି ଯୋଗଦେଇ ଉଦଘାଟନ କରିଥିଲେ । ସେବାଜଗତର ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏହି ସମ୍ପୂର୍ଣ୍ଣ ବାର୍ତ୍ତା ସଂପର୍କରେ ସମସ୍ତେ ସଚେତନ ରହିବା ଆବଶ୍ୟକ ବୋଲି କହିଥିଲେ । ଏହି ତାଲିମ ଶିବିରରେ ସରପଂଚ, ପଂଚାୟତ ନିର୍ବାହୀ ଅଧିକାରୀ ମାନେ ଯୋଗଦେଇଥିଲେ ଏବଂ ମାମତା ଦିବସ ଓ ଟୀକାଦାନ ସମୟରେ ସମସ୍ତଙ୍କ ସଯୋଗ ଉପରେ ଆଲୋଚନା କରିଥିଲେ । ସେବାଜଗତ କର୍ମୀ ଯାଜ୍ଞସେନୀ ଭୋଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଟଙ୍କଧର ବଗର୍ତ୍ତୀ, ଦୁର୍ଯ୍ୟୋଧନ ରଣା, ପ୍ରବିଣ ଦିଗାଲ, ସୁରେନ୍ଦ୍ର ସା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.