ବାରମ୍ବାର ବିଦ୍ୟୁତ କାଟ: ୱେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ଘେରିଲେ ଚାଷୀ

ନୂଆପଡା: ସଦର ବ୍ଲକର ବେଲଟୁକୁରି, ପରକୋଡ଼, ପଣ୍ଡ୍ରିପାଣି, ଭାଳେଶ୍ୱର ପଂଚାୟତର ସମସ୍ତ ଗାଁ ଗୁଡିକରେ ବାରମ୍ବାର ବିଦ୍ୟୁତ କାଟ ହେବାରୁ ଅନେକ ଚାଷୀ ଜଳ ସେଚନ କରି ପାରୁନାହାନ୍ତି। ଯାହା ଦ୍ୱାରା ସେମାନଙ୍କ ଚାଷ ନଷ୍ଟ ହୋଇ ଯାଉଛି। ଏଥି ସହିତ ଲୋକେ ବିଦ୍ୟୁତ କାଟ ହେବାରୁ ନାନା ଅସୁବିଧାର ସମ୍ମୁଖୀନ ହେଥିବାର ଅଭିଯୋଗ କରିଛନ୍ତି। ଏହାକୁ ନେଇ ନୂଆପଡା ୱେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଚାଷୀ ନିଜ ସମସ୍ୟା ନିର୍ବାହୀ ଯନ୍ତ୍ରୀ ସମ୍ବିଦ ନନ୍ଦଙ୍କୁ ଜଣାଇ ଥିଲେ। ସେଠାରେ ବିଦ୍ୟୁତ ସରବରାହରେ କିଛି ଅସୁବିଧା ଥିବାରୁ ଏକା ଘଣ୍ଟା ବିଦ୍ୟୁତ ସଂଯୋଗ ଦିଆ ଯାଇ ପୁଣି ଏକ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଦେଉଚୁ। ତେବେ ସମସ୍ୟାର ସମାଧାନ ଦିଗରେ ଚିନ୍ତା କରି ଶ୍ରୀ ନନ୍ଦ ୨ ଘଣ୍ଟାରେ ଥରେ ବିଦ୍ୟୁତ ସରବରାହ ବନ୍ଦ କରିବେ ଓ ସେଠାରେ ଥିବା ବିଦ୍ୟୁତ ସମସ୍ୟାକୁ ତୁରନ୍ତ ସମାଧାନ କରିବେ ବୋଲି ପ୍ରତିଶୃତି ଦେବା ପରେ ଚାଷୀ ସେଠାରେ ଫେରି ଯାଇଥିଲେ। କୃଷକ ନେତା ଦିଲୀପ ନିର୍ମଲକର, ରତନ ଚନ୍ଦ୍ରକାର, ଚନ୍ଦ୍ର ଶେଖର ଚନ୍ଦ୍ରକାର, ସନ୍ତୋଷ ଚନ୍ଦ୍ରକାର, ନନ୍ଦୁ ଚନ୍ଦ୍ରକାର ପ୍ରମୁଖ ଏହି ଘେରାଉରେ ଉପସ୍ଥିତ ଥିଲେ।

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.