ଖଜୁରଗୁଡାରେ ଭୈରବୀ ଦେବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଖଜୁରଗୁଡାଠାରେ ମା’ ଭୈରବୀ ଦେବୀଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ, ପୂଜକମାନେ ସାତ ଗୋଟି ନୂଆ ଚାଙ୍ଗୁଡ଼ିରେ ନଦିରୁ ବାଲି ଆଣି ବିଭିନ୍ନ ପ୍ରକାର ଶସ୍ୟ ଧାନ, ମକା, ମୁଗ, ବିରି, କୋଲଥ ଇତ୍ୟାଦି ବିହନ ପକାଇ ଥିଲେ। ଦେବତାଙ୍କ ପାଇଁ ଝାମେରା କଣ୍ଟାରେ ଦୋଳି ପ୍ରସ୍ତୁତ ହୋଇଥିଲା। ଗଜା ହୋଇ ଥିବା ବିହନ ଓ କଣ୍ଟାଦୋଳିକୁ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହି ଦିନ ମା’ ଭୈରବୀ କଞ୍ଚା ମାଠିଆରେ ବସି ଭକ୍ତଙ୍କୁ ଦର୍ଶନ ଦେଇ ଥିଲେ।ସେହିପରି ଗ୍ରାମର ଜଣେ ବ୍ୟକ୍ତିଙ୍କ ଦେହର ଦେବୀଙ୍କ ଆବିର୍ଭାବ ହୋଇଥିଲା। ଏହାପରେ ଦେବୀଙ୍କ କଳେସୀ ମୁଖ୍ୟ ପିଠସ୍ଥଳିକୁ ଯିବା ସହ ସେଠାରୁ ଏକ ଶୋଭାଯାତ୍ରାରେ ଗ୍ରାମରେ ଥିବା ବାଲିଘରକୁ ଫେରିଥିଲେ। ପ୍ରଥମେ ଗାଁ ମୁଖିଆ ଘରକୁ ଯାଇ ପାଦପୂଜା ପରେ ସେଠାରୁ ଝାମୁଯାତ୍ରା ପଡିଆକୁ ଫେରିଥିଲେ।

Omkar Vasthu
Omkar Vasthu


ଫେରିବା ପରେ କଣ୍ଟା ଦୋଳିରେ ବସି ଭକ୍ତମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଥିଲେ।ଏହାପରେ ନିଆଁରେ ଦେବୀଙ୍କ କାଳୀସୀ ଚାଲିବା ସହ ଶକ୍ତିର ପରିଚୟ ଦେଇ ଥିଲେ। ଏଥିରେ ମା’ ଭୈରବୀ ଦେବୀଙ୍କ ମୁଖ୍ୟ ପୂଜକ ଦୟା ମାଝୀ ଥିଲେ। ଅତିଥି ଭାବେ କମର୍ଦ୍ଧା ସମିତି ସଭ୍ୟ ଜଗଦୀଶ ବେନିଆଁ, ବିଜୁଛାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ପରୀକ୍ଷିତ ନାଏକ, ବିଜେପୁର ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଖଜୁରଗୁଡା ଆମ୍ବେଦକର କ୍ଳବ ପକ୍ଷରୁ ନିରାକାର ବାଗ, ବିପିନ ବାଗ, ରାମ ବାଗ, ସୁଶାନ୍ତ ବାଗ ଓ କ୍ଳବର ସଦସ୍ୟ ମାନେ ସହଯୋଗ କରିଥିଲେ। ଏହି ଝାମୁଯାତ୍ରା ଦେଖିବାକୁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.