ମୋ ଭାଷାରେ
ମୁଁ ଶୁଣେ ଗୋଟେ ଗୀତ।
ଗୀତ-ନିଆଁର,
ଆଉ ପ୍ରେମର।
ଅଜବ ଗୀତ-
ଗୀତ ଭିତରେ
ନା ତୁମେ
ନା ମୁଁ।
ଆମ ନିଜ ନିଜ
ପରିଚୟ ପତ୍ର ଥାଏ
ଗୀତରେ।
ଆଉ ଥାଏ
ଆମ ପରିବାରର
ଆଲବମ୍।
ଶପଥପାଠର ଶବ୍ଦ ସବୁ
ଶୁଭୁଥାଏ ଗୀତରୁ।
ଷ୍ଟେସନ ଛାଡୁଥିବା ଟ୍ରେନର
ବିଗୁଲ ବି ଶୁଭୁଥାଏ
ଦୂରରୁ।
ଆମ ଟିକେଟର
କଣ ହେବ
ଚାଲିଥାଏ ଆମର
ହିସାବ କିତାବ
ଏତେବେଳକୁ।