ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣରେ ଗୁଟଖା ସାମଗ୍ରୀ ଜବତ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଂଚଳରେ ମ.ରାମପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ କରାଯାଇଥିଲା । ମ.ରାମପୁରଠାରେ ଥିବା ବିଭିନ୍ନ ପାନମସଲା ଦୋକାନ ଗୁଡ଼ିକ ଉପରେ ଚଢାଉ କରାଯାଇ ବିପୁଳ ପରିମାଣରେ ଗୁଟଖା, ସିଗାରେଟ ଜବତ କରାଯାଇଥିବା ଜଣାଯାଇଛି । ତେବେ ଆଜିର ଏହି ଚଢାଉପରେ ପାନମସଲା ଦୋକାନୀଙ୍କ ମନରେ ଛନକା ପଶିଯାଇଥିବାବେଳେ ସମୟ ବ୍ୟବଧାନରେ ନିୟମିତ ଏହିଭଳି ଚଢାଉ କରାଯିବା ଉଚିତ ବୋଲି ମତପ୍ରକାଶ ପାଇଛି । ଆଜିର ଏହି ଚଢାଉରେ ଡ଼୍ରଗ୍ସ ଇନ୍ସିପେକ୍ଟରଙ୍କ ସମେତ ଅବକାରୀ ଇନ୍ସିପେକ୍ଟର ରଞ୍ଜୁଲତା ବାରିକ, ଏଏସଆଇ ବିନୋଦିନୀ ମହାଲିଙ୍ଗ, ରବି ନାଗ, ଯୋଗେଶ୍ୱରୀ ନାଏକ, ମହାଦେବ ମାଝୀଙ୍କ ସମେତ ମ.ରାମପୁର ପୋଲିସକର୍ମଚାରୀ ମାନେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.