ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାର ଯେ କୈାଣସି ସ୍ଥାନରେ କୈାଣସି ପ୍ରକାର ନିଆଁ ଲାଗିଥିବା ଦୁର୍ଘଟଣାଜନୀତ ଫୋନ କଲ ହେଉ ଅଥବା ଅନ୍ୟ କୈାଣସି ଦୁର୍ଘଟଣା ସମ୍ବନ୍ଧୀତ କଲ ଆସିବା ମାତ୍ରେ ଅଳ୍ପ ସମୟ ମଧ୍ୟରେ ଘଟଣାସ୍ଥଳରେ ପଂହଚି ଧନଜୀବନ ରକ୍ଷା କରି ସ୍ଥିତି ସମ୍ଭାଳୁଛନ୍ତି ଜିଲ୍ଳାରେ ମୁତୟନ ହୋଇଥିବା ଅଗ୍ନିଶମ ବାହିନୀ । ତେବେ ଜିଲ୍ଳାରେ ଅଗ୍ନିଶମ ବାହିନୀରେ ଥିବା ମଂଜୁରୀ ପଦବୀଗୁଡିକରେ ଅଧାରୁ ଅଧିକ ପଦବୀ ଖାଲି ପଡିଥିବାରୁ ଅତି କମ୍ କର୍ମଚାରୀରେ ସ୍ଥିତି ସମ୍ଭାଳୁଛନ୍ତି ଏହି ଅଗ୍ନିଶମ ବାହିନୀ । ବତର୍ମାନ ଆସିଗଲାଣି ଖରାଦିନ । ଯାହାକୁ ନେଇ ୨୪ଘଂଟିଆ ପ୍ରସ୍ତୁତ ହୋଇ ରହୁଛନ୍ତି ଦମକଳ ବାହିନୀ । କେତେବେଳେ ଜଙ୍ଗଲରେ ନିଆଁ ଲାଗିବା ଖବର ତ ଆଉ କେତେବେଳେ ପାଳଗଦା,ଘରଗୁଡିକରେ ନିଆଁ ଲାଗିବା ଓ ଗାଧୋଇବା ବେଳେ ନଦୀରେ ବୁଡିଯିବା ଭଳି ଖବରକୁ ତୁରନ୍ତ ଗ୍ରହଣ କରି ନିଆଁକୁ ଆୟତ କରିବା ସହ ଉଦ୍ଧାର କାର୍ଯ୍ୟକୁ ସୂଚାରୁରୂପେ ତୁଲାଇ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି ରାୟଗଡ ଜିଲ୍ଳାର ଅଗ୍ନିଶମ ବାହିନୀ ।
ରାୟଗଡ ସହର ରିଙ୍ଗରୋଡରେ ଥିବା ଦମକଳ କେନ୍ଦ୍ରର ଅତିରିକ୍ତ ଅଗ୍ନିଶମ ଅଧିକାରୀ ସଂଗ୍ରାମ ହାଁସଦାଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ବର୍ତମାନ ଜିଲ୍ଳାର କାଶିପୁର ବ୍ଳକରେ ଥିବା ଦମକଳ କେନ୍ଦ୍ର ନିମନ୍ତେ କୋଠାଘର ନିର୍ମାଣ କାର୍ଯ୍ୟ ଆସନ୍ତା ୩ମାସ ମଧ୍ୟରେ ଶେଷ ହେବାକୁ ଥିବା ବେଳେ ଅନ୍ୟ ସବୁ ବ୍ଳକର ୧୦ଟି ସ୍ଥାନରେ ନିଜସ୍ୱ କେନ୍ଦ୍ର ରହିଛି । ବର୍ତମାନ ରାୟଗଡ ସଦର ମହକୁମାରେ ଥିବା ଦମକଳ କେନ୍ଦ୍ରରେ ଜଣେ ଅଫିସରଙ୍କ ସହ ୨ଜଣ ହାବିଲଦାର,୩ଜଣ ଡ୍ରାଇଭର ଓ ୯ଜଣ ଫାଏରମ୍ୟାନ୍ ରହିଥିବା ବେଳେ ମଂଜୁରୀ ଥିବା ପଦବୀ ମଧ୍ୟରୁ ଆହୁରି ୭ଟି ପଦବୀ ଖାଲି ପଡିଥିବା ଶ୍ରୀ ହାଁସଦା ପ୍ରକାଶ କରିଛନ୍ତି । ସେହିପରି ନିଆଁ ଲିଭାଇବା ପାଇଁ ସମସ୍ତ ବ୍ୟବସ୍ଥା ରହିଥିବା ବେଳେ ୬ହଜାର ଲିଟର କ୍ଷମତା ବିଶିଷ୍ଠ ଆଡଭାନ୍ସ ୱାଟର ଟେଣ୍ଡର ଗୋଟିଏ ଗାଡି ସହ ୩ହଜାର ଲିଟର କ୍ଷମତା ବିଶିଷ୍ଠ ଗୋଟିଏ ମିନି ଏମଏଫଇ ଓ ୨ଟି ପାଣିଟାଙ୍କି ଏବଂ ୩ଶହ ଲିଟର କ୍ଷମତା ବିଶିଷ୍ଠ ଗୋଟିଏ କ୍ୱିକ୍ ରେସପନ୍ସ ୟୁନିଟ୍ ଗାଡି ସହ ପମ୍ପ ଓ ପାଇପଗୁଡିକ ପରିବହନ ପାଇଁ ଗୋଟିଏ ୪୦୭ଗାଡି ରହିଥିବା ସେ ସୂଚନା ଦେଇଛନ୍ତି । ତେବେ ପାଣି ଟାଙ୍କି ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ପାଣି ଭରିବା ନିମନ୍ତେ କେନ୍ଦ୍ରରେ କୈାଣସି ବ୍ୟବସ୍ଥା ନ ଥିବା ବେଳେ ପିଏଚଡିରୁ ପାଣି ଲୋଡ କରାଯାଉଛି । ଯାହାକୁ ନେଇ ଉପରିସ୍ଥ ଅଧିକାରୀଙ୍କୁ ଏହାର ବ୍ୟବସ୍ଥା ନିମେନ୍ତ ପ୍ରସ୍ତାବ ପଠାଯାଇଥିବା ଜଣାପଡିଛି । ସେହିପରି ଚଳିତ ବର୍ଷ ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ୧୫ଟି କଲ୍ ଗ୍ରହଣ କରାଯାଇଥିବା ବେଳେ ଗତବର୍ଷ ପାଖାପାଖି ୩୦ଟି କଲ ଗ୍ରହଣ କରାଯାଇ ପଦକ୍ଷେପ ଗ୍ରହଣ କରାଯାଇଥିଲା । ତେବେ ରାୟଗଡ ସହର ତଥା ଏହାର ଆଖାପାଖ ଅଂଚଳରେ ଯଦି ଏକାଥରକେ କୈାଣସି ପ୍ରକାର ଅଘଟଣ ହୁଏ ତାହାହେଲେ କର୍ମଚାରୀଙ୍କ ଅଭାବ ଯେ ଦୁର୍ଘଟଣା ନିୟନ୍ତଣରେ କେତେ ସକ୍ଷମ ହୋଇପାରିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅପରପକ୍ଷେ ଜିଲ୍ଳାର ଦମକଳ କେନ୍ଦ୍ରଗୁଡିକରେ ଭିତିଭୂମିକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା ସହ ସଂରଂଜାମଗୁଡିକ ଉପଲବ୍ଧ ରହିଥିବା ଅତିରିକ୍ତ ଅଗ୍ନିଶମ ଅଧିକାରୀ ଶ୍ରୀ ହାଁସଦା ସୂଚନା ଦେଇଛନ୍ତି ।