ଝଂଜାବତୀ ନଦୀରେ ନିଖୋଜ ଯୁବକଙ୍କର ଶବ ଉଦ୍ଧାର

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ସହରର ଜଣେ ନିଖୋଜ ଯୁବକଙ୍କ ମୃତଦେହକୁ ଝଂଜାବତୀ ନଦୀରୁ ଉଦ୍ଧାର କରିଛି ଦମକଳ ବାହିନୀ । ମୃତକ ଜଣକ ହେଲେ ରାୟଗଡ ସହର ୟେଦୁ ସାହିର ଜି.ମଣିକାଂଟା (୨୫) । ଗଳିତ ଶବ ଉଦ୍ଧାର ପରେ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରାୟଗଡ ଟାଉନ ପୋଲିସ ଥାନା ପକ୍ଷରୁ ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟେ ଯେ,ଗତ ମାର୍ଚ୍ଚ ୧୩ତାରିଖରେ ୟେଦୁ ସାହିର ମଣିକାଂଟା ନିଜ ଘରୁ ବାଇକ ଧରି କେଉଁ ଆଡେ ଚାଲି ଯାଇଥିଲେ । ଦୀର୍ଘ ୨ମାସ ଧରି ସେ ରୋଗାକ୍ରାନ୍ତ ଅବସ୍ଥାରେ ଘରେ ରହି ଚିକିତ୍ସାଧୀନ ଥିବା ବେଳେ ସେ ବାହାରକୁ ଚାଲିଯିବା ନେଇ ପରିବାର ଲୋକେ ଭୟଭୀତ ହୋଇ ଖୋଜାଖୋଜି ଆରମ୍ଭ କରି ଦେବା ସହ ରାୟଗଡ ଥାନାରେ ଏ ନେଇ ଅବଗତ କରାଇଥିଲେ । ମଣିକାଂଟାଙ୍କ ଭାଇ ମା ମଝିଘରିଆଣୀ ମନ୍ଦିର ନିକଟସ୍ଥ ପ୍ରବାହିତ ଝଂଜାବତୀ ନଦୀ ତଟ ପଟକୁ ଖୋଜିବାକୁ ଯାଉଥିବା ବେଳେ ସେଠାରେ ତାଙ୍କ ବାଇକ ଓ ଭାଇର ଚପଲ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପଂହଚିବା ପରେ ଅଗ୍ନିଶମ ବାହିନୀ ମଧ୍ୟ ପଂହଚି ନଦୀ ଭିତରେ ଅନୁସନ୍ଧାନ କରିଥିଲେ । ତେବେ ଅକ୍ଳାନ୍ତ ପରିଶ୍ରମ ପରେ ମଧ୍ୟ ମଣିକାଂଟାର କୈାଣସି ସନ୍ଧାନ ନ ମିଳିବାରୁ ସେଠାରୁ ସମସ୍ତେ ଚାଲି ଆସିଥିଲେ । ତେବେ ୪ଦିନ ପରେ ଆଜି ସକାଳେ ନଦୀ ମଝିରେ ଏକ ପଥର ଉପରେ ମଣିକାଂଟାଙ୍କ ଶବ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.