ବିଶିଷ୍ଟ ଶିକ୍ଷାବିତ ଧରଣୀଧର ବଗର୍ତ୍ତିଙ୍କ ବିୟୋଗରେ ଶୋକସଭା

ବଲାଙ୍ଗୀର/ଟିଟିଲାଗଡ଼: ବିଶିଷ୍ଟ ଶିକ୍ଷକ, ସମାଜ ସଂସ୍କାରକ ତଥା ବିଜେପୁରର ପୂର୍ବତନ ସରପଞ୍ଚ ଧରଣୀଧର ବଗର୍ତ୍ତିଙ୍କ ଏକଦଶାହ ଦିବଶରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଜେପୁର ଗ୍ରାମର ବିଶିଷ୍ଟ ବ୍ୟକ୍ତି ଲଖପତି ବଗର୍ତ୍ତି ଓ ସୁଲୋଚନା ବଗର୍ତ୍ତିଙ୍କ କନିଷ୍ଠ ପୁତ୍ର ଭାବେ ୨୯ ଅଗଷ୍ଟ ୧୯୫୩ରେ ସ୍ବର୍ଗତ ଧରଣୀଧର ବଗର୍ତ୍ତି ଜନ୍ମ ଗ୍ରହଣ କରିଥିଲେ। ଟିଟିଲାଗଡ଼ ଡିଏଭି କଲେଜରେ ଅଧ୍ୟୟନ ପରେ ସେ ପ୍ରଥମେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ।


ଏହାପରେ ସ୍ବର୍ଗତ ବଗର୍ତ୍ତି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଥିଲେ। ଅବସର ଗ୍ରହଣ ପରେ ସେ ବିଜେପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ବିପୁଳ ଭୋଟରେ ଜୟଯୁକ୍ତ ହୋଇଥିଲେ। ଏହା ବ୍ୟତିରେକ ଯାଦବ ସମାଜର ବିଭିନ୍ନ ପଦପଦବୀରେ ରହି ସ୍ଵର୍ଗତ ବଗର୍ତ୍ତି ଅନେକ ଗୁଡ଼ିଏ ସମାଜ ସଂସ୍କାର କାର୍ଯ୍ୟ କରିଛନ୍ତି। ଜଣେ ବନ୍ଧୁବତ୍ସଳ ଓ ମେଳାପି ବ୍ୟକ୍ତି ଭାବେ ପରିଚିତ ସ୍ବର୍ଗତ ଧରଣୀଧର ଦିର୍ଘଦିନ ଧରି ଶଯ୍ୟାଶାୟୀ ହେବାପରେ ମାର୍ଚ୍ଚ ୧୧ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ସ୍ବର୍ଗତ ବଗର୍ତ୍ତିଙ୍କ ଏକଦଶାହ ଦିବସ ଅବସରରେ ଆୟୋଜିତ ଶୋକ ସଭାରେ କଳାହାଣ୍ଡି ଜିଲ୍ଲା କାଣ୍ଡେଲ ଆଞ୍ଚଳିକ ଯାଦବ ସମିତି ସଭାପତି ଗଦନ ରାଉତ ଅଧ୍ୟକ୍ଷତା କରିଥିବାବେଳେ ଉତ୍କଳ ଯାଦବ ମହାସଭାର ପୂର୍ବତନ ଉପସଭାପତି ମହେନ୍ଦ୍ର ନାଏକ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ, ସମାଜସେବୀ ପଦ୍ମଲୋଚନ ଜାଲ, ଜଗନ୍ନାଥ ଧଙ୍ଗଡାମାଝୀ, ଜଳନ୍ଧର ହେର୍ଣ୍ଣା, ଶିକ୍ଷାବିତ ଖିରସିନ୍ଧୁ ନାଏକ, ଅବସରପ୍ରାପ୍ତ ଶିକ୍ଷକ ଯୁଧିଷ୍ଠିର ପରୁଆ, ଧରମସିଂ ବଗର୍ତ୍ତି ଓ ଗୁଣନିଧି ଧଙ୍ଗଡାମାଝୀଙ୍କ ସମେତ ଅନେକ ବ୍ୟକ୍ତି ସ୍ବର୍ଗତ ଧରଣୀଧର ବଗର୍ତ୍ତିଙ୍କ ସ୍ମୃତି ଚାରଣ କରିଥିଲେ।


ସଭାରେ ସ୍ବର୍ଗତ ବଗର୍ତ୍ତିଙ୍କ ଧର୍ମପତ୍ନୀ ତଥା ପୂର୍ବତନ ବିଜେପୁର ସରପଞ୍ଚ ଭେଷମତୀ ବଗର୍ତ୍ତି, ପୁତ୍ର ଟୁକେନ୍ଦ୍ର ବଗର୍ତ୍ତି, ପୁତ୍ରବଧୂ ଜ୍ୟୋତି, ଜ୍ୟୋଷ୍ଠା ଭଉଣୀ ବିମ୍ବୋଷ୍ଠୀ ଧଙ୍ଗଡାମାଝୀ, ଜ୍ୟୋଷ୍ଠ ଭାଇ ମଦନ ମୋହନ ବଗର୍ତ୍ତି, ଭାଉଜ ଉଷାବତୀ ବଗର୍ତ୍ତି, ଝିଅ ସରୋଜିନୀ, ହିମାଦ୍ରୀ ଓ ଜାହ୍ନବୀ, ଜ୍ବାଇଁ ଅଶୋକ କୁମାର ଧଙ୍ଗଡାମାଝୀ, ସୁବାଶ ଚନ୍ଦ୍ର ବିଶି ଏବଂ ଅଜୟ କୁମାର ଧଙ୍ଗଡାମାଝୀ, ପୁତୁରା ତୁଲସୀରାମ, ପ୍ରଶନ୍ନ, ଅଭିମନ୍ୟୁ, ଧନଞ୍ଜୟ ଓ ଟିକେରାମଙ୍କ ସମେତ ବନ୍ଧୁ ବାନ୍ଧବ ଓ ଆତ୍ମିୟ ସ୍ବଜନ ଉପସ୍ଥିତ ଥିଲେ।

ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ସହ ଟିଟିଲାଗଡ଼ରୁ ହେମସାଗର ମହାନନ୍ଦଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.