‘ପ୍ରାକୃତିକ ପରିବେଶର ଅଖଣ୍ଡତା ପାଇଁ ଜଳର ବିଶେଷ ମହତ୍ୱ ଓ ମୂଲ୍ୟବୋଧ ରହିଛି’

କୋକସରା ଠାରେ ବିଶ୍ୱ ଜଳ ଦିବସ ପାଳିତ

କୋକସରା, (ହିରଣ୍ୟ ବେହେରା): ନେହେରୁ ଯୁବ କେନ୍ଦ୍ର କଲାହାଣ୍ଡି ଆନୁକୂଲ୍ୟରେ ଆଜି ସାଇ କମ୍ପୁଟର କୋକସରା ସହଯୋଗ କ୍ରମେ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ନେଇ “ବିଶ୍ୱ ଜଳ ଦିବସ” ପାଳିତ ହୋଇଯାଇଛି। ବିଶ୍ୱ ଜଳ ଦିବସ ଅବସରରେ ମୁଖ୍ୟଅତିଥି ଭାବେ କୋକସରା ପଞ୍ଚାୟତ ସମିତି ଡିଗ୍ରୀ କଲେଜ ର ଏନସିସି ଲେଫ୍ଟନେଣ୍ଟ ଅଶ୍ୱିନୀ କୁମାର ପଟ୍ଟନାୟକ ଯୋଗ ଦେଇ ଜୀବନରେ ଜଳର ଭୂମିକା, ଗୋଟିଏ ବୁନ୍ଦା ପାଣି ଜୀବନ ଜିଇଁବାର ସହାୟକ ହୋଇଥାଏ, ଜୀବନର ପ୍ରତିଟି ମୌଳିକ ଆଧାର ଓ ମାନବ ବଞ୍ଚିବା ପାଇଁ ଜରୁରୀ ଅଟେ ବୋଲି ନିଜ ଅଭିଭାଷଣ ପ୍ରଦାନ କରିଥିଲେ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ଲଷ୍ମୀକାନ୍ତ ନାଏକ, ଡିଙ୍ଗର ଗହୀର, ରାଷ୍ଟ୍ରୀୟ ସ୍ବେଛାସେବୀ କୋପନେଶ୍ୱର ବେମାଲ ଯୋଗ ଦେଇ, ଖାଦ୍ୟ, ସ୍ୱାସ୍ଥ୍ୟ, ଅର୍ଥନୀତି ଏବଂ ଆମର ପ୍ରାକୃତିକ ପରିବେଶର ଅଖଣ୍ଡତା ପାଇଁ ଜଳର ବିପୁଳ ତଥା ବିଶେଷ ମହତ୍ୱ ଓ ମୂଲ୍ୟବୋଧ ରହିଛି। ଏହି ମୂଲ୍ୟବୋଧକୁ ଅଣଦେଖା କଲେ ଆଗାମୀ ଦିନରେ ଆମେ ବିପଦରେ ପଡିବା ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.