ଜୁନାଗଡ଼ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ଜଳ ଦିବସ ପାଳିତ

କଳାହାଣ୍ଡି,(କ୍ଷମାନିଧି ମହାକୁଡ): ସରକାରୀ ଉଚ୍ଚ ବିଦ୍ୟାଳୟ ଜୁନାଗଡ଼ରେ ବିଶ୍ବ ଜଳ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବୈଠକର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପିମଣି ଜାନୀ ଉକ୍ତ ସଭାର ଅଧ୍ୟକ୍ଷତା କରି ଆମ ଜୀବନରେ ଜଳର ଭୂମିକା କ’ଣ ଏବଂ ଜଳର ମିତ ବ୍ୟୟିତା ଉପରେ ଆଲୋକପାତ କରିଥିଲେ। ବରିଷ୍ଠ ଶିକ୍ଷକ ସୁଧୀର କୁମାର ବେହେରା ବିଶ୍ବ ଜଳ ଦିବସର ଥିମ୍ “ଜଳର ମୂଲ୍ୟବୋଧ” ଶୀର୍ଷକ ଉପରେ ଆଲୋଚନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଭା ଶେଷରେ ଏନ୍ ସି ସି କେଡେଟ୍ ତଥା ସ୍କାଉଟ ଛାତ୍ର ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଜୁନାଗଡ଼ ସହର ପରିକ୍ରମା କରି ଥିଲା। ଏନ୍ ସି ସି ଦାୟିତ୍ୱରେ ଥିବା ଶିକ୍ଷକ ସଂଜୀବ କୁମାର ପଣ୍ଡା ଓ ଖେଳ ଶିକ୍ଷକ ଚନ୍ଦନ କୁମାର ଘୋଷ କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.