ବିଶ୍ଵବ୍ୟାପୀ ସର୍ବସୁଲଭ ଟୀକାକରଣ ଓ ଚିକିତ୍ସା ଅଧିକାର ସମନ୍ଧିୟ ଆଲୋଚନାଚକ୍ର

ଭବାନୀପାଟଣା: ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ “ବିଶ୍ଵବ୍ୟାପୀ ସର୍ବସୁଲଭ ଟୀକାକରଣ ଓ ଚିକିତ୍ସା ଅଧିକାର” ଅଭିଯାନ ପ୍ରସଙ୍ଗରେ ଏକ ରାଜ୍ୟସ୍ତରୀୟ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାନ୍ତ ସଂଯୋଜକ ଶତ୍ରୁଘ୍ନ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମଞ୍ଚର ରାଷ୍ଟ୍ରୀୟ ସଂଘର୍ଷ ବାହିନୀ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ ଓ ପ୍ରାନ୍ତ ସହ ସଂଯୋଜକ ଆଶୁତୋଷ ମୁଖାର୍ଜୀ ଏହି ଅଭିଯାନ ସମ୍ବନ୍ଧରେ ସବିଶେଷ ବିବରଣୀ ପ୍ରଦାନ କରଥିଲେ। ଆଗାମୀ ଜୁନ ମାସ ୭ ଓ ୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ବାଣିଜ୍ୟ ସଙ୍ଗଠନ ଡବ୍ଲୁଟିଓ ର ଅଧିବେଶନରେ ଚାପ ପ୍ରୟୋଗ କରି ବିଶ୍ୱ ବ୍ୟାପୀ ସର୍ବସୁଲଭ ଟୀକାକରଣ ଓ ଚିକିତ୍ସା ଅଧିକାରକୁ କାର୍ଯ୍ୟକାରୀ କରିବା ପାଇଁ ଚାପ ପ୍ରୟୋଗ କରାଯିବ।

Omkar Vasthu
Omkar Vasthu


ଏହି ଡିଜିଟାଲ ସ୍ଵାକ୍ଷର ଅଭିଯାନ ମାଧ୍ୟମରେ ଦେଶର ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମଇ ମାସ ୧୧ ତାରିଖରୁ ଆରମ୍ଭ ହୋଇ ଏହି ଅଭିଯାନ ୩୦ ତାରିଖରେ ଶେଷ ହେବ। ଆମ ଜିଲ୍ଲାରୁ ଜିଲ୍ଲା ସଂଯୋଜକ ପ୍ରତୀକ ଯୋଷି, ବିଭାଗ ସଂଯୋଜକ ମନୋଜ ନାୟକ, ରାଷ୍ଟ୍ରୀୟ ସଦସ୍ୟ କୈଶବ ବିହାରୀ, ଜିଲ୍ଲା ସହ ସଂଯୋଜକନକୁଳ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅଭିଯାନରେ କଳାହାଣ୍ଡି ଜିଲ୍ଲାରୁ ଦଶ ହଜାରରୁ ଅଧିକ ଲୋକଙ୍କୁ ସାମିଲ କରିବାପାଇଁ ଯୋଜନା ହୋଇଥିବା ଜିଲ୍ଲା ସଂଯୋଜକ ପ୍ରତୀକ ଯୋଷି ଜଣାଇଛନ୍ତି। ଅଭିଯାନ ସମ୍ବଦ୍ଧୀୟ ସମସ୍ତ କାର୍ଯ୍ୟକ୍ରମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କୋଭିଡ଼ ୧୯ ନିୟମ ପାଳନ ସହିତ କରାଯିବ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.