କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଜଣେ ପ୍ରତିଭାବାନ ବ୍ୟକ୍ତି, ଯୁବ ଉଦ୍ୟୋଗୀ ତଥା ସମାଜସେବୀ ପ୍ରୀତମ ଆଗ୍ରୱାଲ (ବଣ୍ଟି)ଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେଲା ସେ କରୋନାରେ ଆକ୍ରାନ୍ତ ହୋଇ ବିଶାଖାପାଟଣାର ଏକ ଘରୋଇ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ଉତ୍ତମ ସ୍ୱଭାବର ମଣିଷ ଭାବେ ସେ ଜୁନାଗଡ ସମେତ ଜିଲ୍ଲାରେ ପରିଚିତ ଥିଲେ। ତାଙ୍କ ଆବର୍ତ୍ତମାନରେ ଜୁନାଗଡ଼ ସହରରେ ଶୋକର ଛାୟା ଖେଲିଯାଇଛି। ପ୍ରିତମଙ୍କ ବିୟୋଗରେ ଶକ୍ତି ମନ୍ତ୍ରି କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବାସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହାସହ ଜୁନାଗଡ଼ ଓ ଜିଲ୍ଲାର ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in