ଷଷ୍ଠ ଆନ୍ତର୍ଜାତୀୟ କଳା ପ୍ରତିଯୋଗିତାର ପୁରସ୍କୃତ ଶିଳ୍ପୀ ମାନଙ୍କର ନାମ ଘୋଷଣା

ପ୍ରଖ୍ୟାତ ଚିତ୍ରଶିଳ୍ପୀ ତଥା ଧଉଳି ଚାରୁ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ ‘ସୃଜନ ସମ୍ମାନ ୨୦୨୧’ ପାଇଁ ମନୋନୀତ

ବାଲେଶ୍ଵର: ପ୍ରତ୍ୟେକ ବର୍ଷ ଭଳି ଇଷ୍ଟର୍ନ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର (ଇ.ଏଫ.ଏସ.ସି) ଏ ବର୍ଷ ଆର୍ଟ ଇଭେଣ୍ଟ-୨୧ ପାଇଁ ଆନ୍ତର୍ଜାତୀୟ ଅନଲାଇନ ଆର୍ଟ କଣ୍ଟେଷ୍ଟର ଆୟୋଜନ କରିଥିଲା। ଏହି ପ୍ରତିଯୋଗିତା ଦ୍ୱାରା ଇଏଫଏସସି ଶିଳ୍ପୀ ମାନଂକୁ ଉତ୍ସାହିତ କରିବା ସହିତ ନୂତନ ଶିଳ୍ପୀ ମାନଂକୁ ମଂଚ ପ୍ରଦାନ କରିଥାଏ। ଆର୍ଟ ଇଭେଣ୍ଟ -୨୧ ପାଇଁ ଇଏଫଏସସି ଓଡିଶାର ପ୍ରଖ୍ୟାତ ଚିତ୍ରଶିଳ୍ପୀ ତଥା ଧଉଳି ଚାରୁ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ନାମ ସୃଜନ ସମ୍ମାନ-୨୧ ପାଇଁ ଘୋଷଣା କରାଯାଇଛି। ଶ୍ରୀଯୁକ୍ତ ସାମଲଙ୍କ କଳା ଜଗତକୁ ଅତୁଲ୍ୟ ଅବଦାନ ତଥା ନୂତନ ଶିଳ୍ପୀ ମାନଙ୍କ ମାର୍ଗଦର୍ଶିକା ଭାବେ କାମ କରୁଥିବାରୁ ଏହି ଜୀବନବ୍ୟାପି ସାଧନା ପୁରସ୍କାର ପାଇଁ ଚୟନ କରାଯାଇଛି।

Omkar Vasthu
Omkar Vasthu

ଏହି ମହାମାରୀ ସମୟରେ ଇଏଫଏସସି ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବରିଷ୍ଠ ଓ ଛାତ୍ର କଳାକାର ଭଳି ଦୁଇଟି କେଟେଗୋରୀରେ ଚିତ୍ର, ଭାସ୍କର୍ଯ୍ୟ, ମୁଦ୍ରଣ କଳା ଓ ରେଖା ଚିତ୍ର ଭଳି ମାଧ୍ୟମର କଳାକୃତି ପ୍ରତିଯୋଗିତା ପାଇଁ ଆହ୍ୱାନ କରାଯାଇଥିଲା। ଏବର୍ଷ ଇ.ଏଫ.ଏସ.ସି. ଭାରତ ତଥା ଭାରତ ବାହାରୁ ମୋଟ ୫୨୬ ଟି କଳାକୃତି ଗ୍ରହଣ କରିଥିଲା। ଏହା ସଂସ୍ଥା ଦ୍ୱାରା ନିଯୁକ୍ତ ନିର୍ଣ୍ଣାୟକ ମଣ୍ଡଳୀ ଦ୍ୱାରା ତର୍ଜମା କରାଯାଇଥିଲା। ଏହି ନିର୍ଣ୍ଣାୟକ ମଣ୍ଡଳୀରେ କର୍ଣ୍ଣାଟକ ଶିଳ୍ପକଳା ଏକାଡେମୀର ଚେୟାରମ୍ୟାନ ବୀରନ୍ନ ମନାପ୍ପା ୱାର୍କସଲି, ମହୀଶୂର ଚିତ୍ରକଳା ମହାବିଦ୍ୟାଳୟର ମୁଦ୍ରଣ କଳାର ମୁଖ୍ୟ ଶ୍ରୀ ଚନ୍ଦ୍ରଶେଖର ଏ ପି, କର୍ଣ୍ଣାଟକ ଲଳିତକଳାର ପୂର୍ବତନ ସଭାପତି ବାସବରାଜ ମୁସାବାଲାଗି ଏବଂ ବରିଷ୍ଠ ଚିତ୍ରକର କାନ୍ଦନ ଜି ମଂଗଲରେ ପ୍ରମୁଖ ସାମିଲ ଥିଲେ। ନିର୍ଣ୍ଣାୟକ ମଣ୍ଡଳୀ ସମସ୍ତ ନିର୍ଧାରିତ ନିୟମ ଅନୁସାରେ ୧୪ଟି କଳାକୃତି ବରିଷ୍ଠ କଳାକାର ବିଭାଗ ଓ ୧୩ଟି କଳାକୃତି ଛାତ୍ର କଳାକାର ପାଇଁ ଚୟନ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ବରିଷ୍ଠ କଳାକାର ବିଭାଗର ମନୋନୀତ ଶିଳ୍ପୀମାନେ ହେଲେ
ମାନସୀ ସାଗର, ନାଶିକ (ଶ୍ରେଷ୍ଠ କଳା ପୁରସ୍କାର ), କିରଣ ଶେରଖାନେ, କର୍ଣ୍ଣାଟକ ( ଶ୍ରେଷ୍ଠ ଛବି ପୁରସ୍କାର ), ଉଜ୍ଜ୍ୱଳ ମଣ୍ଡଳ,ପୂର୍ବ ମେଦିନୀପୁର (ଶ୍ରେଷ୍ଠ ଭାସ୍କର୍ଯ୍ୟ ପୁରସ୍କାର), ଅବନିନ୍ଦ୍ର କର , ବାଲେଶ୍ୱର (ଶ୍ରେଷ୍ଠ ରେଖାଚିତ୍ର ପୁରସ୍କାର ), ସନ୍ଦୀପ ସୁନେରୀୟ, ଗୁଜୁରାଟ (ଶ୍ରେଷ୍ଠ ମୁଦ୍ରଣ କଳା ପୁରସ୍କାର), ହ୍ୱାଇଲି କୋମାଣ୍ଡେଡ ପୁରସ୍କୃତ ଶିଳ୍ପୀ ମାନେ ହେଲେ : ନୀଳିମା ଶ୍ରୀବାସ୍ତବ,ଭୋପାଲ, ଗାୟତ୍ରୀ ମଂଥ,କର୍ଣ୍ଣାଟକ, ଧର୍ମେନ୍ଦ୍ର ଏଲ ସାହାଣୀ,ରାଜକୋଟ, ଶୁଭାଙ୍କର ବେରା,ପଶ୍ଚିମବଙ୍ଗ, ଯୋଜନା ଦେହଙ୍କର,ମୁମ୍ବାଇ, ଦେବାଶିଷ ପାତ୍ର, ପଶ୍ଚିମବଙ୍ଗ, ଅନିର୍ବନ ଶେଠ,ହାଉଡ଼ା, ସମରେନ୍ଦ୍ର ବେହେରା,ମୟୁରଭଞ୍ଜ ଓ ଅପୁରବା ଭଣ୍ଡେ,ମୁମ୍ବାଇ।

Udyog Nursery
Udyogi Nursery

ଛାତ୍ର କଳାକାର ବିଭାଗର ମନୋନୀତ ଶିଳ୍ପୀମାନେ ହେଲେ –
ସତ୍ୟମ ମଲହାର,ସିଂଧୁଦୁର୍ଗ (ଶ୍ରେଷ୍ଠ କଳା ପୁରସ୍କାର ), ଶ୍ଵେତା ବିଶ୍ୱକର୍ମା ( ଶ୍ରେଷ୍ଠ ଛବି ପୁରସ୍କାର ), ଭାସ୍କର ଜ୍ୟୋତି ସାଇକିଆ,ଆସାମ (ଶ୍ରେଷ୍ଠ ଭାସ୍କର୍ଯ୍ୟ ପୁରସ୍କାର), ମହେଶ୍ୱତା ବିଶ୍ୱାସ,ନୂଆ ଦିଲ୍ଲୀ (ଶ୍ରେଷ୍ଠ ରେଖାଚିତ୍ର ପୁରସ୍କାର ), ଭାନୁ ଶ୍ରୀବାସ୍ତବ(ଶ୍ରେଷ୍ଠ ମୁଦ୍ରଣ କଳା ପୁରସ୍କାର), ହ୍ୱାଇଲି କୋମାଣ୍ଡେଡ ପୁରସ୍କୃତ ଶିଳ୍ପୀ ମାନେ ହେଲେ : ରିୟା ପ୍ରେମଚାନ୍ଦ ଚଂଦବାନୀ,ମୁମ୍ବାଇ, ଖାଁ ସ୍ୱାମିଂ ଆକଥାର,ମୁମ୍ବାଇ, ଶୁକରନା ଦାସ,ପଶ୍ଚିମବଙ୍ଗ, ସୁନାଇନ,ପଞ୍ଜାବ, ଶିବମ ଶର୍ମା,ଦିଲ୍ଲୀ, ପ୍ରୀୟା ଗୁପ୍ତା,ଦିଲ୍ଲୀ, ଆଜ଼ିଜ଼ ବର୍ମା,ପଞ୍ଜାବ ଏବଂ ସ୍ୱରୂପ କନୱାର,ରାଜସ୍ଥାନ।

ଏହି ପ୍ରତିଯୋଗିତା ସଂସ୍ଥାର ସମ୍ପାଦକ ମନୋଜ କୁମାର ଷଣ୍ଢଙ୍କ ତତ୍ୱାବଧାନରେ ସମ୍ପାଦିତ ହୋଇଥିଲା। ସଭାପତି ପ୍ରଦୀପ୍ତ କିଶୋର ଦାସ ଓ ସଦସ୍ୟ ୟଥି କାସରଗଡ଼, କେଶବ ବର୍ଣ୍ଣଟି, ଟିକମ ଖାଂଡପ୍ପା, ଦିଲୀପ ମଲିକ, ନୃସିଂହ ଚରଣ ଓଝା , କିଶୋର ନାୟକ , ସଂଗୀତ ସାମନ୍ତରାୟ ପ୍ରମୁଖ ସୁଚାରୁ ରୂପେ କାର୍ଯ୍ୟ ସଂପାଦନା କରିଥିଲେ। ଆଗାମୀ ମେ’ ୩୦ ତାରିଖ ସକାଳ ୧୦ ଘଟିକା ସମୟରେ ଗୁଗୁଲ ମିଟ ଜରିଆରେ ପୁରସ୍କାର ବିତରଣ ଓ ଶିଳ୍ପୀ ସମ୍ବର୍ଧନା ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.