ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ କବିତା ଆସର

ମାଲକାନଗିରି: ମାଟିଲଗ୍ନା ସାହିତ୍ୟ ସଂସଦ ମାଲକାନଗିରି ପକ୍ଷରୁ କବିତା ଆସର ଏବଂ ସରସ୍ବତ ବନ୍ଧୁ ମିଳନ ଉତ୍ସବ ଗୁଗୁଲ୍ ମିଟ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ମାଟିଲଗ୍ନା ସାହିତ୍ୟ ସଂସଦ ମାଲକାନଗିରି ଶାଖାର ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଗୋଦାବରୀଶ ଦାସ ପରିଚୟ ପ୍ରଦାନ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅରୁଣ କୁମାର ଦାସ ଏବଂ ବିରଞ୍ଚି ନାରାୟଣ ତ୍ରିପାଠୀ ମାତିଲଗ୍ନା ସାହିତ୍ୟି ଚକ୍ରର ବିଶେଷତ୍ବ ଏବଂ ମହତ୍ୱ ପ୍ରତିପାଦନ କରି ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ। ସଂସଦର କାର୍ଯ୍ୟକର୍ତ୍ତା ଦୀନବନ୍ଧୁ ବେଜ୍ କାର୍ଯ୍ୟକ୍ରମର ସଂଯୋଜନା ଭାର ଗ୍ରହଣ କରିଥିଲେ। ଏହି ଅବସରରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଜ୍ଞା ପରମିତା, ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, ଶୋଭାଙ୍ଗିନୀ ନନ୍ଦ, ଅରୁଣ କୁମାର ଦାସ, ଟିକେଶ୍ୱର ସାହୁ, ଉସ୍ମିତାମଞ୍ଜରୀ ଦାସ, ବିରଞ୍ଚି ନାରାୟଣ ତ୍ରିପାଠୀ, ଗୋଦାବରୀଶ ଦାସ, ବାସନ୍ତୀ ଗୁରୁ, ଜନରଞ୍ଜନ ପ୍ରଧାନ, ଜ୍ୟୋତିରଞ୍ଜନ ଦାସ, ବିଜୟଶ୍ରୀ ନାଥ, ନୀଳାଦ୍ରି ନାଥ ଜଗଦେବ, ବାସନ୍ତୀଲତା ଜେନା, ସ୍ବର୍ଣ୍ଣ ପତି, ଶୁଭ୍ରାଂଶୁ ଶେଖର ପାଢ଼ୀ, ଚନ୍ଦ୍ର ଶବର, ନବ କିଶୋର ସାମନ୍ତରାୟ ପ୍ରମୁଖ ୬୦ରୁ ଉର୍ଦ୍ଧ କବି ଏବଂ କବୟତ୍ରୀ ଯୋଗ ଦେଇଥିଲେ। ପରିଶେଷରେ ମାଟିଲଗ୍ନା ସାହିତ୍ୟ ସଂସଦ ମାଲକାନଗିରି ଶାଖାର କାର୍ଯ୍ୟକାରୀ ସଭାପତି ଗୋଦାବରୀଶ ଦାସ କବିତା ଆସରରେ ଯୋଗ ଦେଇଥିବା ସମସ୍ତ ସାରସ୍ୱତ ସ୍ରଷ୍ଟାଙ୍କୁ ଭୁୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.