ରାଉରକେଲା: ରାଉରକେଲାର ପ୍ରତିଷ୍ଠିତ ‘ସୁନାଫୁଲ ସାହିତ୍ୟ ସଂସଦ’ ପକ୍ଷରୁ ଗୁଗୁଲ୍ ମିଟ୍ ମାଧ୍ୟମରେ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ଆଧ୍ୟାତ୍ମିକ ଚ୍ୟାନେଲ୍ ପ୍ରାର୍ଥନା ଟିଭିର ‘ବାଳକେ ମୋର ବୋଲ କର’ କାର୍ଯ୍ୟକ୍ରମର ପ୍ରବଚକ ପଣ୍ଡିତ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ “ହିନ୍ଦୁ ସଂସ୍କୃତିରେ ଅନ୍ତିମ ସଂସ୍କାର ଓ କରୋନା ବିପତ୍ତିରେ ମାନବିକତା” ପ୍ରସଙ୍ଗ ବିଷୟରେ ଗଭୀର ଜ୍ଞାନ ପ୍ରଦାନ କରିଥିଲେ। ଆଲୋଚନାର ପ୍ରାରମ୍ଭରେ ସୁନାଫୁଲ ସାହିତ୍ୟି ସଂସଦ ପକ୍ଷରୁ ସଦସ୍ୟ ପ୍ରମିଳା ନାୟକଙ୍କ ଦ୍ୱାରା ଏକ ଭକ୍ତି ଶ୍ଳୋକର ଆବୃତ୍ତି କ୍ରମେ ସାଂସ୍କୃତିକ ସମ୍ପାଦିକା ନିରୁପମା ପତି ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ସାହିତ୍ୟି ସଂସଦର ସମ୍ପାଦକ ସୁନୀଲ କୁମାର ମହାନ୍ତି, ସଭାପତି ବିଜୟ ସାହୁ, ରାଜ୍ୟ-ସଂଯୋଜକ ନିରଞ୍ଜନ କରଣ ପ୍ରମୁଖ ଆତିଥ୍ୟତା ସମ୍ମାନ ଶ୍ରୀଯୁକ୍ତ ପଣ୍ଡାଙ୍କୁ ପ୍ରଦାନ କରିଥିଲେ। ଆଲୋଚନାରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିବିଶେଷ ପ୍ରସଙ୍ଗ ଉପନୀତ ବିଭିନ୍ନ ପ୍ରଶ୍ନର ଉତ୍ତର ଶ୍ରୀଯୁକ୍ତ ବୀରେନ୍ଦ୍ର ପଣ୍ଡାଙ୍କ ଠାରୁ ପ୍ରାପ୍ତ ହୋଇଥିଲେ। ଏହି ଆଲୋଚନା ଚକ୍ରରେ ତୁଷାର ରଞ୍ଜନ ସାହୁ, ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ, ସୁରେଶ କୁମାର ମହାନ୍ତି, ଉମାକାନ୍ତ ପଣ୍ଡା, ଜ୍ୟୋତ୍ସ୍ନା ପାତ୍ର, ଶର୍ମିଷ୍ଠା କବି ଶତପଥୀ, ସୁରେନ୍ଦ୍ର ନାଥ ତ୍ରିପାଠୀ, ଗାୟତ୍ରୀ ବେହୁରା, ସୁଚିତ୍ରା ମହାନ୍ତି, ଚିତ୍ତରଞ୍ଜନ ମହାନ୍ତି, ରାଜୀବ ପାଣି, ରଶ୍ମିବାଳା ରାଉତରାୟ, ନିର୍ମଳ ଚନ୍ଦ୍ର ମହାନ୍ତି, ସୁଷମା ପଟେଲ, ଶସଧର ପଣ୍ଡା, ରାଜଶ୍ରୀ ପଟ୍ଟନାୟକ, ପ୍ରଗତି ମିଶ୍ର ପ୍ରମୁଖ ସୁନାଫୁଲ ସାହିତ୍ୟି ସଂସଦର ସମସ୍ତ ସାରସ୍ୱତ ସ୍ରଷ୍ଟା ଏହି ଆଲୋଚନା ଚକ୍ରରେ ଭାଗ ନେଇ ଗଭୀର ଜ୍ଞାନ ଉପଦେଶ ପ୍ରାପ୍ତ ଏବଂ ପରାମର୍ଶ ଲାଭ କରିଥିବାରୁ ପଣ୍ଡିତ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ।