ବୁଡିଲା ଦେଶି ଡଙ୍ଗା, ୩ନିଖୋଜ

ଚିତ୍ରକୋଣ୍ଡା: କାଲିମେଳା ଜଳଭଣ୍ଡାରର ଓରାପଦର ଘାଟରେ ଡଙ୍ଗା ବୁଡ଼ିଯିବାରୁ ୩ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଆଧାରରେ ଓରାପଦରରୁ ୧୧ଜଣଙ୍କୁ ନେଇ ଏକ ଦେଶୀ ଡଙ୍ଗା ବକୁଲି ଯାଉଥିବାବେଳେ ହଠାତ୍ ବୁଡ଼ି ଯାଇଥିଲା। ଡଙ୍ଗାରେ ଥିବା ୧୧ ଜଣଙ୍କ ମଧ୍ୟରୁ ୮ ଜଣ ପହଁରି କୂଳକୁ ଆସିଥିବା ପହଞ୍ଚିଯାଇଥିବା ବେଳେ ବାକି ୩ ଜଣ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଗ୍ରାମବାମୀମାନେ ଦମଦାରଗୁଡାର ବୋଲି ଜଣାପଡ଼ିଛି। ତେବେ ଡଙ୍ଗାଟି କେମିତି ବୁଡ଼ିଲା, ତାହା ଜଣା ପଡ଼ିନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.