କଳାହାଣ୍ଡି: ନର୍ଲା-ରୁପ୍ରାରୋଡ ଅଞ୍ଚଳ ପାଇଁ ଏକ ଦୁଃଖଦ ଖବର। ଆଉ ନାହାନ୍ତି ରୁପ୍ରାରୋଡର ଯୁବ ଉଦ୍ୟୋଗୀ ସୁଜିତ୍ କୁମାର ଅଗ୍ରୱାଲ (ବଣ୍ଟୁ)। କୋଭିଡ୍ ପଜିଟିଭ ଚିହ୍ନଟ ହେବାପରେ ସେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ପ୍ରଖର ମେଧା ସମ୍ପନ୍ନ ଯୁବ ଉଦ୍ୟୋଗୀ ଭାବେ ତାଙ୍କର ବିଶେଷ ଖ୍ୟାତି ରହିଥିଲା। ଏହାସହ ସେ ଜଣେ ଉତ୍ତମ ସ୍ବଭାବର ମଣିଷ ଓ ମେଳାପି ଥିଲେ। ତାଙ୍କର ଅକାଳ ବିୟୋଗରେ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ବିଗତ ୧୫ଦିନ ତଳେ ତାଙ୍କ ପିତା ବିଶିଷ୍ଟ ସମାଜସେବୀ ଡ଼ଃ ସାଧୁରାମ ଅଗ୍ରଓ୍ବାଲଙ୍କ ଦେହାନ୍ତ ହୋଇଥିଲା। ଏବେ ସୁଜିତ୍ ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ନର୍ଲା-ରୁପ୍ରାରୋଡରେ ଶୋକର ଛାୟା ଖେଳିଯାଇଛି।
କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in