ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ଦଶ ଦଫା ଦାବି ପତ୍ର ପ୍ରଦାନ

ରାୟଗଡ଼ା, (ଶିବ ନାରାୟଣ ଗୈାଡ): ଅଖିଳ ଭାରତୀୟ କନଷ୍ଟକସନ ମଜଦୁର ମହା ସଂଘର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ତରଫରୁ ରାଜ୍ୟ ବ୍ୟାପି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ଶ୍ରମିକ ମାନଙ୍କୁ ବିଭିନ୍ନ ସମସ୍ୟାକୁ ନେଇ ଦଶ ଦଫା ଦାବୀପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ , ଶ୍ରମମନ୍ତ୍ରୀ, ଶ୍ରମ କମିଶନର ଓ ଅଧ୍ୟକ୍ଷ କଲ୍ୟାଣ ବୋର୍ଡଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ଅବସରରେ ରାୟଗଡ଼ା ଜିଲ୍ଲା ତରଫରୁ ମଧ୍ୟ ଦାବୀପତ୍ର ପ୍ରଧାନ କରାଯାଇଛି।

ଦାବୀଗୁଡିକ ମଧ୍ୟରେ ମହାମାରୀ କରୋନା ସମୟରେ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଅଛନ୍ତି। ଏଣୁ ଏମାନେ ତୁରନ୍ତ ରାଜ୍ୟ ସରକାରଙ୍କ ତରଫରୁ ୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବା, କରୋନା ସମୟରେ ନିର୍ମାଣ ଶ୍ରମିକମାନଙ୍କ ନାମରେ ଯେଉଁ ୧୫୦୦ ଟଙ୍କା ଆସିଥିଲା ଜିଲ୍ଲାର ବିଭିନ୍ନ ବ୍ଲକଗୁଡିକରେ ଓ ମ୍ୟୁନିସିପାଲିଟି ଅଞ୍ଚଳରେ ଅନେକ ଶ୍ରମିକମାନଙ୍କୁ ଆଜିସୁଦ୍ଧା ପ୍ରଦାନ କରାଯାଇନାହିଁ କିମ୍ବା ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଫେରସ୍ତ ଯାଇନାହିଁ ଯାହାଫଳରେ ନିର୍ମାଣ ଶ୍ରମିକଟି ଏହି ଟଙ୍କା ପାଇବାରୁ ବଞ୍ଚି‌‌ତ ହେଉଅଛି। ଏଣୁ ଯାଥାଶୀଘ୍ର ନିର୍ମାଣ ଶ୍ରମିକଙ୍କୁ ଚିହ୍ନଟ କରାଯାଇ ତୁରନ୍ତ ଟଙ୍କା ପ୍ରଦାନ କରାଯାଉ ନଚେତ ସେ ସମ୍ବନ୍ଧୀୟ ଟଙ୍କା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଇଠ କରାଯିବା , ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଗୁଡିକରେ ଖାଲି ପଡିଥିବା ପଦବୀଗୁଡ଼ିକ ପୂରଣ କରାଯାଉ। କାରଣ ଶ୍ରମ ବିଭାଗର ନିଜସ୍ଵ କାର୍ଯ୍ୟ ସାଙ୍ଗକୁ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକ ବର୍ତ୍ତମାନ ପ୍ରବାସୀ ଶ୍ରମିକମାନଙ୍କର କାର୍ଯ୍ୟଭାର ବଢ଼ି ଚାଲିଥିବା ଦ୍ରୁଷ୍ଟିରୁ ବର୍ଷ ବର୍ଷ ଧରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟଗୁଡିକରେ ପଡ଼ି ରହିଥିବା ନିର୍ମାଣ ଶ୍ରମିକମାନଙ୍କର ସହାୟତା ରାଶି ଯଥା ସାଇକେଲ ଯନ୍ତ୍ରପାତି, ସେଫ୍ଟି କିଟ୍, ବିବାହ, ମୁତ୍ୟୁକୀଳୀନ, ପ୍ରସବକାଳୀନ, ଚିକିତ୍ସା, ଶିକ୍ଷା ସହାୟତା, ଘର ତିଆରି ସମ୍ବନ୍ଧୀୟ ଆବେଦନପତ୍ର ଗୁଡିକୁ ଯଥାଶୀଘ୍ର ସମାଧାନ କରାଯାଇ ନିର୍ମାଣ ଶ୍ରମିକମାନଙ୍କୁ ପ୍ରଦାନ କରାଯିବା। କରୋନା ସମୟରେ ଅନେକ ନିର୍ମାଣ ଶ୍ରମିକମାନଙ୍କର ରିନୁଆଲ୍ ହୋଇନଥିବା, ବୟସ ୬୦ ହୋଇଥିବା କାରଣରୁ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ୧୫୦୦ ଟଙ୍କା ସେମାନଙ୍କୁ ପ୍ରଦାନ କରାଯାଇନାହିଁ। ବର୍ତ୍ତମାନ ପରିସ୍ଥିତିରେ ବୟସ ସୀମା ହଟାଯାଉ ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ ଟଙ୍କା ପ୍ରଦାନ କରାଯିବା, ପଞ୍ଜିକୃତ ନିର୍ମାଣ ଶ୍ରମିକର ୬୦ ବର୍ଷ ବୟସ ସୀମା ହଟାଯାଇ ମୁତ୍ୟୁକାଳିନ ସହାୟତା ରୀଶି ପ୍ରଦାନ କରାଯିବା, ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମାଣ ଶ୍ରମିକମାନଙ୍କୁ ଯେଉଁ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ୍ ଦିଆଯାଇଛି ସେମାନଙ୍କୁ ସେ ସମ୍ବନ୍ଧୀୟ ତାଲିମ୍ ପ୍ରମାଣପତ୍ର ସହିତ ୧୫ ଦିନର ପ୍ରାପ୍ୟ ୩ ହଜାର ଟଙ୍କା ତୁରନ୍ତ ପ୍ରଦାନ କରାଯିବା, ସମସ୍ତ ବ୍ଳକଗୁଡିକରେ ଶ୍ରମ କାର୍ଯ୍ୟାଳୟ ଖୋଲାଯିବା ସହ ଶ୍ରମ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯିବା, ପଞ୍ଜିକୃତ ଟ୍ରେଡ ୟୁନିୟନର ଭାରପ୍ରାପ୍ତ ପ୍ରତିନିଧିଙ୍କର ଦସ୍ତଖତ ମାଧ୍ୟମରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ପାଇଁ ଆବେଦନପତ୍ର ଶ୍ରମ କାର୍ଯ୍ୟାଳୟରେ ରଖାଯିବା, ଯେଉଁ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ଆଜିସୁଦ୍ଧା କୋୖଣସି ପ୍ରକାର ସହାୟତା ରାଶି ପ୍ରଦାନ କରାଯାଇନାହିଁ ସେମାନେଙ୍କୁ ସେସବୁ ସହାୟତା ଯୋଗାଇ ଦିଆଯିବ ପାଇଁ ଦାବି ପ୍ରଧାନ କରାଯାଇଥିଲା।

ଉକ୍ତ ଦାବି ପ୍ରଧାନ ସମୟରେ ଭାରତୀୟ ମଜଦୁର ସଂଘ ରାଜ୍ୟ ସମ୍ପାଦକ ଯୋଗଶ୍ୱର ଦାସ, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ରାଜ୍ୟ ସଭାପତି ଅରନ କୁମାର ଲେଙ୍କା, ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ଖଗେଶ୍ବର ସିଂହ, କୋଠାବାଡ଼ି ନିର୍ମାଣ ସଂଘର ଜିଲ୍ଲା ସଭାପତି ଧନଞ୍ଜୟ କଣ୍ଟାବଂଶ, ସମ୍ପାଦକ ସୁନ୍ଦର ରାଓ କାଡ଼ାକା, ବିଶ୍ଵକର୍ମା ମଜଦୁର ସଂଘର ଜିଲ୍ଲା ସଭାପତି ଦୁର୍ଗା ମାଧବ ଘୋଷ, ସମ୍ପାଦକ ବଦ୍ଦୁ ସାନ୍ତୁଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.