ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ସାପ୍ତାହିକ କବିତା ଆସର ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବାଲେଶ୍ୱର: ସାହିତ୍ୟିକ କବି ବନ୍ଧୁ ପରିବାର ତରଫରୁ ଅନଲାଇନ ମାଧ୍ୟମରେ “ଶରଧା ବାଲି” ଶୀର୍ଷକକୁ ନେଇ ଏକ ପଦୀ ଆସର ଅନୁଷ୍ଠିତ ହୋଇ ଏହାର ଫଳାଫଳ ଘୋଷଣା କରାଯାଇଥିଲା। ଅନଲାଇନ୍ ମାଧ୍ୟମରେ ସମସ୍ତ କୃତ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।


କୃତ ପ୍ରତିଯୋଗୀ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ କରି କ୍ରମାନ୍ୱୟରେ ନୟାଗଡରୁ ଗୋଦାବରୀଶ ଦାସ, ବାରିପଦାରୁ ମିନତୀ ଦାସ, କୋରାପୁଟରୁ ତ୍ରିନାଥ ପଟ୍ଟନାୟକ, କେନ୍ଦ୍ରାପଡ଼ାରୁ ମନୋଜ କୁମାର ଦାସ ପ୍ରମୁଖ ସାରସ୍ବତ ପ୍ରତିଭାଙ୍କୁ ଅନଲାଇନ୍ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଝାରସୁଗୁଡା ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପବିତ୍ର ଧାମ ଝାଡ଼େଶ୍ୱର ମନ୍ଦିର, ପାହାଡ଼େଶ୍ୱର ମନ୍ଦିର ଏବଂ ଚଣ୍ଡୀ ମନ୍ଦିର ଉପରେ ପର୍ଯ୍ୟବେସିତ ଏକ ସାପ୍ତାହିକ କବିତା ଆସର ଅନୁଷ୍ଠିତ ହୋଇଯାଇଅଛି।


ଏହି କବିତା ଆସରରେ ରିତା ଅପରାଜିତା ମହାନ୍ତି, ବିଶ୍ୱେଶ୍ୱର ମାଝୀ, ସାହିତ୍ୟିକ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, ଡମ୍ବୁରୁଧର ଦାସ, ହରିହର ଭୁକ୍ତା, ପିଙ୍କୁ ରଣବିଡ଼ା, ସ୍ନିଗ୍ଧା ସାମନ୍ତରାୟ, ବୈଜୟନ୍ତୀ ସାହୁ, ପ୍ରିୟମ୍ବଦା ସାମଲ, ଅରୁଣ କୁମାର ମହାପାତ୍ର, ସଂହିତା ଦାସ, ତପନ କୁମାର ପଣ୍ଡା, ସଞ୍ଜୟ ସାହୁ, ଗୋଦାବରୀଶ ଦାସ, ପ୍ରଫୁଲ୍ଲ କୁମାର ଦାସ, ମିନତୀ ଦାସ, ମନୋଜ କୁମାର ଦାସ, ନନ୍ଦିନୀ ରାଉତ, ବିନୋଦିନୀ ଦାସ, ଜନରଞ୍ଜନ ପ୍ରଧାନ, ଜୁମରନାଥ ପାତ୍ର, ପ୍ରଶାନ୍ତ ହୋତା, ରତିନାରାୟଣ ରାଉତ,ରୀତା ଅପରାଜିତା ମହାନ୍ତି, ରଞ୍ଜନ ପଣ୍ଡା, ତପନ କୁମାର ବିଶ୍ୱାଳ, ଅର୍ଜୁନୀ ଚରଣ ବେହେରା, ନୂତନ କୁମାର ବେହେରା, ବାସନ୍ତୀ ଲତା ଜେନା, ବୀର କିଶୋର ନାୟକ, ସୁରେନ୍ଦ୍ର କୁମାର ବେହେରା, ବୈଜୟନ୍ତୀ ସାହୁ, ବାବାଜୀ ଚରଣ ଦାସ, ବିଜୟ କୁମାର ସ୍ୱାଇଁ, ବିଦ୍ୟୁତପ୍ରଭା ମିଶ୍ର, ନଟବର ପ୍ରଧାନ, ପ୍ରମୁଖ ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦ରୁ ଉର୍ଦ୍ଧ କବି ଏବଂ କବିୟତ୍ରୀ ଯୋଗ ଦେଇଥିଲେ।


ଏହି ସାପ୍ତାହିକ କବିତା ଆସରରେ ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ବରରର ମୁଖ୍ୟ ସମ୍ପାଦିକା ପ୍ରଣତି ମହାପାତ୍ର, କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ସାହିତ୍ୟିକ ବିଶ୍ବେଶ୍ବର ମାଝୀ, ବିପିନ ବିହାରୀ ବାରିକ, ଜୁମରନାଥ ପାତ୍ର, ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କୁ ଯଥୋଚିତ ସମ୍ମାନ ଦେବା ସଙ୍ଗେ ସଙ୍ଗେ ଏହି କାର୍ଯ୍ୟକ୍ରମ ସହ ସଂଶ୍ଲିଷ୍ଟ ଥିବା ସମସ୍ତ କୃତି ପ୍ରତିଯୋଗୀ, ପ୍ରତିଯୋଗୀ ତଥା ସମସ୍ତ ସାହିତ୍ୟିକମାନଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.