କଳାହାଣ୍ଡି: ସୃଷ୍ଟି ସମ୍ଭାର ଇ-ପତ୍ରିକା ତରଫରୁ ବିଶ୍ୱ ଚା ଦିବସରେ “ଚା’ ନେଇ ଅନୁଷ୍ଠିତ ହୋଇଥିବା କବିତା ଗଳ୍ପର ଏକ ସ୍ୱତନ୍ତ୍ର ସଂଖ୍ୟା ଆଜି ପ୍ରକାଶିତ ହୋଇଯାଇଛି। ଏକ ନୂତନ ଧରଣର ଇ-ପତ୍ରିକା ଭାବେ ‘ସୃଷ୍ଟି ସମ୍ଭାର’ ଓଡ଼ିଆ ପାଠକ ତଥା ଲେଖକଙ୍କ ପାଖରେ ଆଦୃତ ହୋଇପାରିଛି। ପତ୍ରିକାର ପ୍ରତିଷ୍ଠାତା କାହ୍ନୁ ଚରଣ ସାହୁଙ୍କର ଉଦ୍ୟମ ବେଶ ପ୍ରଶଂସନୀୟ। ଆଗାମୀ ଦିନରେ ଅନେକ ସାହିତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ସହ କଳାହାଣ୍ଡିର ଲୁପ୍ତ ପ୍ରତିଭାଙ୍କୁ ଦେଶ ତଥା ଦେଶ ବାହାରେ ପରିଚୟ ପ୍ରଦାନ କରିବାରେ ଚେଷ୍ଟା କରିବ ବୋଲି ପତ୍ରିକା ପକ୍ଷରୁ ସୂଚନା ଦିଆଯାଇଛି। ଏହି ପତ୍ରିକା ପାଇଁ କଳାହାଣ୍ଡି ତଥା କଳାହାଣ୍ଡି ବାହାରୁ ଅନେକ ଲେଖକଙ୍କର କବିତା, ଗଳ୍ପ ସ୍ଥାନ ପାଇଛି। ଏହି କାର୍ଯ୍ୟକ୍ରମକୁ ତପନ କୁମାର ସାହୁ ପରିଚାଳନା କରିଥିବା ବେଳେ ଚନ୍ଦନ ସାହୁ, ବୃନ୍ଦାବନ ପଧାନ, ଜଗବନ୍ଧୁ ସାହୁ, ସହଯୋଗ କରିଥିଲେ।