IGSSS ପକ୍ଷରୁ କୋଭିଡ ସଚେତନତା ରଥର ଶୁଭାରମ୍ଭ

କଳାହାଣ୍ଡି, (ନରୋତ୍ତମ ସେଲମା): ସ୍ବେଛାସେବୀ ଅନୁଷ୍ଠାନ ଇଣ୍ଡି ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି (ଆଇଜିଏସଏସଏସ) ପକ୍ଷରୁ କରୋନା ସଚେତନତା ପାଇଁ କୋଭିଡ ରଥର ଶୁଭାରମ୍ଭ ହୋଇଛି। ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଏହି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ତହସିଲଦାର ବାସନ୍ତୀ ସେଠି ଓ ଡ଼. ଆଶିଷ କୁମାର ଧରୁଆ। ଏହି ରଥ କର୍ଲାମୁଣ୍ଡା ବ୍ଲକ ର ପ୍ରତ୍ୟେକ ଗ୍ରାମକୁ ବୁଲି ଦାସକାଠିଆ ଗୀତ ମାଧ୍ୟମରେ କରୋନା ସଚେତନ କରିବ। ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଗରୁଡ଼ ଭୋଇ, ଜଗଦିଶ ରଣା, ପ୍ରଦୀପ ସାହୁ, କିଶୋର ଦାସ, ଜିତେନ୍ଦ୍ର ଭୋଇଙ୍କ ସମେତ ସ୍ବେଛାସେବୀ ଭୂପିନ୍ଦର ଚୌଧୁରି, ବାସନ୍ତୀ ସାହୁ ଓ ଲିଙ୍ଗ ପାତ୍ର ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.