ଆରମ୍ଭ ହେଲା ଦେବଗିରି ମଠର ଜମି ଚିହ୍ନଟ ପ୍ରକ୍ରିୟା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଓଡିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧୀନରେ ରହିଥିବା ଦେବଗିରି ମଠର ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ଠାରେ ରହିଥିବା ଦେବଗିରି ମଠ ଜିଲ୍ଲାର ଏକ ପ୍ରାଚୀନ ମଠ ଓ ଅସୁରଗଡ ଦୁର୍ଗର ପ୍ରତିରକ୍ଷା ଘାଟି ତଥା ଧାର୍ମିକ ପୀଠସ୍ଥଳୀ ଭାବେ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିଥାଏ। ତତ୍କାଳୀନ କଳାହାଣ୍ଡି ମହାରାଜା ବ୍ରଜମୋହନ ଦେଓ ଦେବଗିରି ମଠକୁ ୭୨ଏକର ଜମି ପ୍ରଦାନ କରିଥିଲେ। ଏହି ଜମି ମଧ୍ୟରୁ କର୍ମେ ଗାଁର ଗୈ।ନ୍ତିଆ ଦେବଗିରି ମଠର ଭଗବତ ସ୍ବାମୀ ହୋଇଥିବାରୁ ତାଙ୍କ ନାମରେ ୨୩.୩୮ ଏକର ଗୈ।ନ୍ତିଆ ଭୁବରା ଜମି ରହିଛି। ୧୯୭୧ ମସିହାରୁ ଏହି ଜମିକୁ କର ସୁତ୍ରରେ କେତେକ ଲୋକ ଚାଷ କରି ଆସୁଛନ୍ତି। ତେବେ ବର୍ତ୍ତମାନ ଏହାର ନବୀକରଣ କରିବାକୁ ମଠ ସ୍ଥିର କରି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି।

Omkar Vasthu
Omkar Vasthu


ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ଅଧିନରେ ଥିବା କର୍ମେଗାଁର ୨୩.୩୮ ଏକର ଜମି ଶୁକ୍ରବାର ଦିନ ଚିହ୍ନଟ ହୋଇଛି। ଦେବଗିରି ମଠ ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ଏବଂ ସେବାୟତ ଦୁର୍ବାଦଳ ଦାସଙ୍କ ଉପସ୍ଥିତିରେ ରୁପ୍ରାରୋଡ ରାଜସ୍ବ ନୀରିକ୍ଷକ ମଳୟ ନାୟକ ଓ ସହାୟକ ରାଜୁ ଗଉଡ କର୍ମେ ଗାଁରେ ଥିବା ଜମି ଚିହ୍ନଟ କରିଥିଲେ। ଏହି ଜମି ଚିହ୍ନଟ ସମୟରେ ଦେବଗିରି ମଠ ପରିଚାଳନା କମିଟି ପକ୍ଷରୁ ବିଜୟ ଧଙ୍ଗଡାମାଝୀ, ସଞ୍ଜୟ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ସୁନୀଲ କୁମାର ଧଙ୍ଗଡାମାଝୀ, ଧନେ ମାଝୀ, ସନ୍ତୋଷ ପାଢ଼ୀ, ଗୋପାଳ ଧଙ୍ଗଡାମାଝୀ, ମଣି ଧଙ୍ଗଡାମାଝୀ, ଡିଙ୍ଗର ଧଙ୍ଗଡାମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ଟିକେ ଗଉଡ, ମକ୍ର ଧଙ୍ଗଡାମାଝୀ, ସୀମାଞ୍ଚଲ ଗଉଡ, ଭରତ ଧଙ୍ଗଡାମାଝୀ, ରଜନୀ ଗଉଡଙ୍କ ସମେତ କର୍ମେ ଗାଁର ବିଦ୍ୟା ମାଝୀ, ବିପ୍ର ବାଗ, କହ୍ନେଇ ଚନ୍ଦନ, ଭୁବନ ନାଏକଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ସହ ଜମି ଚିହ୍ନଟ ଓ ପୁନଃ ଭାଗଚାଷୀ ଚୟନ ପ୍ରକିୟା ସମାପନ ହୋଇଥିବାରୁ କର୍ମେ ଗାଁବାସୀଙ୍କୁ ଦେବଗିରି ମଠ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.