ସଫଳ କୋଭିଡ ଡିୟୁଟି ପାଇଁ ୩୯ ପୋଲିସ କର୍ମଚାରୀ ସମ୍ବର୍ଦ୍ଧିତ

ନୂଆପଡା: ସଫଳ କୋଭିଡ ମୁକାବିଲାରେ ପୋଲିସ ବାହିନୀର ପ୍ରମୁଖ ଭୂମିକା ରହିଛି। ପୋଲିସ ପ୍ରଶାସନର ନିଷ୍ଠାପର ସେବା ଭାବନା ପାଇଁ ନୂଆପଡ଼ା ଜିଲ୍ଲାରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ଏ ନେଇ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ସଫଳ କୋଭିଡ ଡିୟୁଟିରେ ଉଲ୍ଲେଖନୀୟ ଭୂମିକା ପାଇଁ ଜିଲ୍ଲାର ୩୯ ଜଣ ପୋଲିସ କର୍ମଚାରୀଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏସ୍.ପି. ରାହୁଲ ଜୈନ ମହାମାରୀ ପରିସ୍ଥିତିରେ କୋଭିଡ ଯୋଦ୍ଧା ଭାବେ ଦାଇତ୍ୱବାନ କର୍ତ୍ତବ୍ୟ ସମ୍ପାଦନ ପାଇଁ ଜିଲ୍ଲାର କନେଷ୍ଠବଳ ଓ ଗୃହରକ୍ଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ରିଜର୍ଭ ପୋଲିସର ୧୦ଜଣ, ଜୋଙ୍କ ଥାନାର ୬ଜଣ, ସଦର ଥାନାର ୪ଜଣ, କୋମନା ଥାନାର ୫ଜଣ, ଖରିଆର, ବୋଡେ଼ନ, ସିନାପାଲି, ଲଖନା, ବେଲଟୁକୁରି, ଧରମବନ୍ଧା ସମେତ ଜିଲ୍ଲା ପୋଲିସ କାର୍ଯ୍ୟାଳୟର ୨ଜଣ ଲେଖାଏଁ ପୋଲିସ କର୍ମଚାରୀ ସମର୍ଦ୍ଧିତ ହୋଇଥିଲେ। ଏହି ସ୍ୱତନ୍ତ୍ର ଉତ୍ସବ ରେ ଏ.ଏସ.ପି. ସୁନୀଲ ଆଚାର୍ଯ୍ୟ, ଏସ.ଡି.ପି.ଓ. ପ୍ରଶାନ୍ତ ପଟ୍ଟନାୟକଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.