ଲଗାଣ ବର୍ଷାରେ ଚାଷୀଙ୍କ ଧାନ ଭିଜିବା ଅଭିଯୋଗ ନେଇ ପରିଚାଳନା ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା

ଗୁଣୁପୁର/ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗୁମୁଡା ନିୟନ୍ତ୍ରିତ ବଜାର କମିଟି ଗୋଷ୍ଠୀଖଳାରେ ପ୍ରାକମୋୖସୁମୀ ଓ ଲଘୁଚାପଜନିତ ବର୍ଷାରେ ଚାଷୀଙ୍କ ଧାନ ଭିଜୁଥିବା ଦେଖିବାକୁ ମିଳିଛି।ପର୍ଯ୍ୟାପ୍ତ ପରିମାଣ ସ୍ଥାନ ଅଭାବରୁ ବାହାରେ ଧାନ ରଖିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ଚାଷୀ ପ୍ରକାଶ କରିଛନ୍ତି ଯେ, ଟୋକନ୍ ପାଇ ଅବଧି ବିତିଗଲା ପରେ ମଧ୍ୟ ମଣ୍ଡିରେ ଧାନ ନେଉନାହାନ୍ତି। ଚାଷୀଙ୍କୁ ମେ ମାସ ୨୮ ତାରିଖରୁ ଜୁନ ୧୦ ପର୍ଯ୍ୟନ୍ତ ସମୟସୀମା ଦିଆଯାଇ ଟୋକେନ୍ ପ୍ରଦାନ କରିଥିଲେ। ବାରମ୍ବାର ମଣ୍ଡି ସହିତ ଯୋଗାଯୋଗ କରିବା ପରେ ମଧ୍ୟ ଧାନ କ୍ରୟ ନକରିବା କ୍ଷୋଭର ବିଷୟ ବୋଲି ଚାଷୀ ପ୍ରକାଶ କରିଛନ୍ତି। ପ୍ରଶାସନ କହୁଛି ଟୋକନ୍ ନବୀକରଣ କରି ଧାନ ବିକ୍ରି କରିପାରିବେ। ମାତ୍ର ପ୍ରଶ୍ନ ଉଠୁଛି ଏଠି ଧାନକ୍ରୟ ବ୍ୟବସ୍ଥା ନକରି ଟୋକନ୍ କିପରି ପ୍ରଦାନ କରାଯାଇଛି? ପ୍ରଶାସନର ଏଭଳି ଖାମଖିଆଲି ବ୍ୟବସ୍ଥା ଚାଷୀମାନଙ୍କ ପ୍ରତି ବୈମାତୃକ ମନୋଭାବ ନୁହେଁ ତ?


ଏଣୁ ପ୍ରଶାସନ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଧାନ କ୍ରୟ କରିବାକୁ ସି ଏଚ ଆନନ୍ଦ ରାଓ, କେ ନାଗେଶ୍ୱର, ମାଜି ବିଶ୍ୱନାଥ, ଗର୍ଜନା ଧାର୍ମାରାଓ ଓ ଗର୍ଜନା ପ୍ରସାଦ ରାଓ ଦାବୀ କରିଛନ୍ତି। ଏହି ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆମେ ରାମନାଗୁଡା ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ ବିସିକେଶନ ରଥଙ୍କୁ ପଚାରିବାରୁ କେବଳ ଖରିଫ ଫସଲରେ ହିଁ ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ଗୁମୁଡା, କୁଜେନ୍ଦ୍ରୀ, ଓ ଚାକୁଣ୍ଡା ଆଦି ସ୍ଥାନରେ ନିୟନ୍ତ୍ରିତ ବଜାର କମିଟି ଠାରେ ଏହି ତିନୋଟି ମଣ୍ଡି ଖୋଲିବା ପାଇଁ ବ୍ୟବସ୍ଥା ରହିଛି କିନ୍ତୁ ରବି ଫସଲରେ ଚାଷୀଙ୍କ ଠାରୁ ଧାନକ୍ରୟ କରିବା ନିମନ୍ତେ କେବଳ ଚାକୁଣ୍ଡା ଠାରେ ଥିବା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ମଣ୍ଡି ଖୋଲା ଯିବାର ବ୍ୟବସ୍ଥା ଥିବାରୁ ଅନ୍ୟାନ୍ୟ ସ୍ଥାନରେ ମଣ୍ଡି ଖୋଲା ଯାଇନାହିଁ। ଯଦି କୌଣସି ଚାଷୀ ଧାନ ବିକ୍ରି ନିମନ୍ତେ ଟୋକନ ଧରି ଚାକୁଣ୍ଡା ଧାନ ମଣ୍ଡିକୁ ଯାଆନ୍ତି ତେବେ ଧାନ କ୍ରୟ କରାଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଗୁଣୁପୁର ଉପଖଣ୍ତ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.