ଋାୟଗଡ କେ୯ ସ୍କାର୍ଡ’ର ଡଗ୍ ‘ସଫି’ର ମୃତ୍ୟୁ, ଶହୀଦ ସଲାମୀ ସହ ହେଲା ଶେଷକୃତ୍ୟ

ରାୟଗଡ, (ଶିବ ନାରାୟଣ ଗୈାଡ): ସାହାସୀ ଅନୁସନ୍ଧାନୀ ପୋଲିସ କେ୯ ସ୍କାର୍ଡ ଡଗ୍ ‘ସଫି’ର ଆଜି ଅପରାହ୍ନରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାକୁ ୧୩ବର୍ଷ ବୟସ ହୋଇଥିଲା । ରାୟଗଡ ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଅପରାଧ ନୀତିତତ୍ୱ ବିଜ୍ଞାନଗାର କେନ୍ଦ୍ର ପରିସରରେ ପୋଲିସ ଯବାନ୍ କୁକୁର ସଫିର ମରଶରୀରକୁ ଶହୀଦ ସଲାମୀ ପ୍ରଦାନ କରାଯାଇଥିଲା ।

Omkar Vasthu
Omkar Vasthu


ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଅତିିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅନନ୍ତ ନାରାୟଣ ମହାନ୍ତି, ରାମପ୍ର୍ରସାଦ ସାହୁଙ୍କ ସମେତ ସାଇଂଟିଫିକ୍ ଟିମ୍‌, ଡଗ୍ ସ୍କାର୍ଡର କର୍ମଚାରୀମାନେ ଓ ସଫିକୁ ପରିଚାଳନା କରୁଥିବା ହ୍ୟାଣ୍ଡଲର କନେଷ୍ଟବଳ ରବିନ୍ଦ୍ରସୂର୍ଯ୍ୟ ସାହୁକାର ପ୍ରମୁଖ ଉପସ୍ଥିତ ରହି ସଫିକୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ମାଓ ପ୍ରବଣ ରାୟଗଡ ଜିଲ୍ଳାରେ ପୋଲିସ ସୁରକ୍ଷା ବଳ ଯବାନମାନେ ଯେତେବେଳେ କୁମ୍ଭିଂ ଅପରେସନରେ ବାହାରିଥାନ୍ତି ସେହି ସମୟରେ ସେମାନଙ୍କ ଉପରେ ଟାର୍ଗେଟ କରି କୈାଣସି ଏକ ବଡ ଅଘଟଣ ଘଟାଇବାକୁ ମାଓବାଦୀମାନେ ଯୋଜନା କରି ଯିବା ଆସିବା ରାସ୍ତାରେ ଓ କଲଭର୍ଟଗୁଡିକରେ ବୋମା ଖଂଜିଥାନ୍ତି । ମାଓବାଦୀଙ୍କ ଦ୍ୱାରା ଖଂଜା ଯାଇଥିବା ବୋମାଗୁଡିକ ବିସ୍ପୋରଣ ଯୋଗୁଁ ଅନେକ ସମୟରେ ବହୁ ପୋଲିସ ସହିଦ ହୋଇଥିବା ନଜିର ରହିଛି । ତେବେ ରାସ୍ତାରେ ଖଂଜା ଯାଇଥିବା ବୋମାକୁ ଠାବ କରିବାରେ ଓସ୍ତାଦ ଥିଲା ରାୟଗଡ କେ୯ ସ୍କାଡ୍‌’ର ଡଗ୍ ସଫି ।


ମାଓବାଦୀମାନଙ୍କ ଯୋଜନାକୁ ପଣ୍ଡ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରି ବହୁ ଯବାନମାନଙ୍କ ଜୀବନକୁ ବଂଚାଇ ଆସିଥିଲା । ସେହିପରି ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପରି ବିଶିଷ୍ଠ ବ୍ୟକ୍ତିଙ୍କ ଗସ୍ତରେ ମଧ୍ୟ ଠିକ୍ ଭାବେ ଡଗ୍ ସଫି ନିଜ କାର୍ଯ୍ୟ ସଂପାଦନା କରିଆସିଥିଲା । ଏପରି ସାହସିକତା ଓ ଦକ୍ଷତା ଥିବା ଯୋଗୁଁ ଗତ ୨୦୧୯ ମସିହା ଜୁଲାଇ ୧୬ ତାରିଖ ଠାରୁ ୨୦ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଉତର ପ୍ରଦେଶର ଲକ୍ଷେ୍ନାରେ ୬୨ତମ ଅଲ୍ ଇଣ୍ଡିଆ ପୋଲିସ ଡ୍ୟିୁଟି ମିଟ୍‌-୨୦୧୯ ଅବସରରେ କରାଯାଇଥିବା ଡଗ୍ ପ୍ରତିଯୋଗିତାରେ ୪ର୍ଥ ସ୍ଥାନ ଅଧିକାର କରିପାରି ରାୟଗଡ ଜିଲ୍ଳାର ନାମକୁ ଗୈାରାବନ୍ୱିତ କରିପାରିଥିଲା ଡଗ୍ ସଫି ।

ଏହି ପ୍ରତିଯୋଗିତାରେ ଡଗ ସଫିକୁ ପରିଚାଳନା କରୁଥିବା ହ୍ୟାଣ୍ଡଲର କନେଷ୍ଟବଳ ରବିନ୍ଦ୍ର ସୂର୍ଯ୍ୟ ସାହୁକାର ମଧ୍ୟ ସମ୍ମାନୀତ ହୋଇଥିଲେ । ରାଜ୍ୟ ପୋଲିସ ବିଭାଗ ଅଧୀନର ସିଆଇଡି କ୍ରାଇମ ବ୍ରାଂଚ ବିଭାଗର ଡଗ୍ ସ୍କାଡରେ ସାମିଲ ହୋଇଥିଲା ସଫି । ଲାବ୍ରୋଡର ବ୍ରିଡ୍ ପ୍ରଜାତିର ଡଗ ସଫି । ଗତ ୨୦୧୧ମସିହା ଜାନୁୟାରୀ ୧୧ତାରିଖରେ ରାୟଗଡ ଜିଲ୍ଳା ପାଇଁ ବୋମା ଠାବ କରିବା କେ୯ ସ୍କାର୍ଡ ଟିମର ସଭ୍ୟ ଭାବେ ନିୟୋଜିତ ହୋଇଥିଲା ।

ଡଗ୍ ସଫିକୁ ମାତ୍ର ୬ମାସ ହେବା ସମୟରେ ସେ ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଳାର ଟିକାନପୁର ଠାରେ ଥିବା ବିଏସଏଫ ଏକାଡେମିକର ନ୍ୟାସନାଲ ଟ୍ରେନିଂ ସେଂଟର ଫର୍ ଡଗ (ଏନଟିସିଡି)ରେ ସେଠାରେ ୬ମାସ ପର୍ଯ୍ୟନ୍ତ ତାଲିମ ନେଇ କଟକ ଫେରିଥିଲା । ୨୦୧୬ ମସିହାରେ ହରିଆଣାର ମାନେଶ୍ୱର ଠାରେ ଏନଏସଜି (ନ୍ୟାସନାଲ ସିକ୍ୟୁରିଟି ଗାର୍ଡ)ରେ ହୋଇଥିବା ପ୍ରତିଯୋଗିତାରେ ଡଗ୍ ସଫି ଓଡିଶା ଟିମକୁ ଚମ୍ପିଆନ କରିବାରେ ତାହାର ଭାଗିଦାର ଗୁରୁତ୍ୱପୂର୍ଣ୍ଣ ରହିଥିଲା ।

ସେହିପରି ୨୦୧୮ ମସିହା ସେପ୍ଟେମ୍ବରରେ ୬୬ତମ ରାଜ୍ୟ ପୋଲିସ ଡ୍ୟିୁଟି ମିଟ ଅବସରରେ ହୋଇଥିବା ଡଗ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ରାୟଗଡ ଜିଲ୍ଳାରେ ଗତ ୨୦୧୬ ମସିହା ନଭେମ୍ବର ୪ତାରିଖରେ ହାଟମୁନିଗୁଡା ମୁଖ୍ୟରାସ୍ତାରେ ଆଇଡି ବୋମାକୁ ଠାବ କରିବା,୨୦୧୭ ମସିହା ଫେବୃୟାରୀ ୧୭ତାରିଖରେ ଚାଲିଥିବା ପଂଚାୟତ ନିର୍ବାଚନ ସମୟରେ ମୁନିଗୁଡା ଥାନା ଅର୍ନ୍ତଗତ ସକଟା ଠାରୁ ୮କିଲୋମିଟର ଦୂର ନିୟମଗିରି ପାହାଡ ଅଂଚଳରେ ଥିବା ଡେମୁଣି ଠାରୁ ବୋମା ଠାବ କରିବା,୨୦୧୮ମସିହା ଏପ୍ରିଲ ୫ତାରିଖରେ


ରାୟଗଡ ଥାନା ଅନ୍ତର୍ଗତ ବାରିଝୋଲା ଫାୟରିଂ ରେଂଜ ଅଂଚଳରେ ସିଆରପିଏଫ ଯବାନକୁ ଟାର୍ଗେଟ କରି ଖଂଜା ଯାଇଥିବା ବୋମାକୁ ଠାବ କରିବା ଏବଂ ୯ତାରିଖରେ ମୁନିଗୁଡା ଥାନା ସକଟା ରାସ୍ତା ଦେଇ ପୋଲିସ ଫେରୁଥିବା ବେଳେ ଗୋଟିଏ ବୋମା ବିସ୍ପୋରଣରେ ଶହୀଦ କନେଷ୍ଟବଳ ସଂଜୟ ମାଝିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ ଖଂଜା ଯାଇଥିବା ବୋମାକୁ ଠାବ କରି ବାହାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ଓସ୍ତାଦ ଡଗ ସଫି । ରାୟଗଡ ଜିଲ୍ଳାର କେ୯ ସ୍କାଡ୍‌ରେ ନିୟୋଜିତ ଡଗ ସଫିର କାର୍ଯ୍ୟ ଦକ୍ଷତା ଯୋଗୁଁ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିପାରିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.