ଛେଚୁଛି ବର୍ଷା: ଭିଜୁଛି ଧାନ, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

● ଅସହ୍ୟ ହେଲାଣି ଚାଷୀ ସମସ୍ୟା: ମଣ୍ଡିରେ ପଡିରହିଛି ଶହ ଶହ କୁଇଣ୍ଟାଲ ଧାନ, ହୋଇପାରୁନାହିଁ ଉଠାଣ

ଜୁନାଗଡ଼: ସତେ ଯେମିତି ଚାଷୀଙ୍କ ସମସ୍ୟା କାହାରି ଆଖିରେ ପଡୁନାହିଁ। ସରକାର ଚାଷୀଙ୍କ ହିତ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଚିତ୍ର ଓଲଟା। କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରି ନପାରି ହନ୍ତସନ୍ତ ହେଉଛି ଚାଷୀ। ମଣ୍ଡିରେ ପଡ଼ିରହିଛି ଶହ ଶହ କ୍ବୁଣ୍ଟାଲ ଧାନ। ଏପଟେ ବର୍ଷା ସାଜିଛି ବଇରୀ। ହତାସ ହୋଇପଡିଛି ଚାଷୀ। ଏମିତି ଏକ ଚିତ୍ର ଆସି ପହଞ୍ଚିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକରୁ। ଏହି ବ୍ଲକର କୁଲିହାରୀ ଗାଁର ଚାଷୀ ରବି ଧାନ ଠିକ ସମୟରେ ଅମଳ କରିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଧାନ ବିକି ପାରିନାହିଁ। ମଝିରେ ମଝିରେ ଛେଚୁଛି ବର୍ଷା। ଏପଟେ ବର୍ଷାରେ ଭିଜୁଛି ମଣ୍ଡିରେ ଥିବା ଚାଷୀର ଧାନ।

Omkar Vasthu
Omkar Vasthu

କୁଲିହାରୀ ମଣ୍ଡିରେ ଧାନ ରହିଥିବା ବେଳେ ବର୍ଷା ଯୋଗୁଁ ଚାଷୀମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାନକୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ତାରପୋଲିନ ଘୋଡାଇ ରଖୁଛନ୍ତି। ତେବେ ଅଧିକ ବର୍ଷା ହେଲେ ଧାନ ନଷ୍ଟହେବା ସୁନିଶ୍ଚିତ। କେତେକ ଚାଷୀଙ୍କ ପାଖରେ ତାରପୋଲିନ ନ ଥିବାରୁ ଅନ୍ୟ ଲୋକଙ୍କୁ ମାଗି ଧାନକୁ ଘୋଡାଇ ବର୍ଷାରୁ ରକ୍ଷା କରିବାର ପ୍ରୟାସ କରୁଛନ୍ତି। ତଥାପି ମଣ୍ଡିରେ ଧାନ ଭିଜୁଛି। ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ପଡି ରହିଛି।

Pearl dental clinic
Near Ashish Medical Store, Bhawanipatna

ଏପଟେ ଟୋକାନ ନାକଚ ହେବା ଆଶଙ୍କା ଚାଷୀକୁ ଚିନ୍ତାରେ ପକାଉଛି। ଚଳିତ ରବି ଋତୁରେ ଚାଷୀମାନେ ବହୁତ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି। କହିବାକୁ ଗଲେ କେତେକ ଚାଷୀଙ୍କ ମୋବାଇଲକୁ ଧାନ ବିକ୍ରି ଓ ଶୀଘ୍ର ଧାନ ମଣ୍ଡିକୁ ଧାନ ନେବା ପାଇଁ ମେସେଜ ଆସିଥିବା କିନ୍ତୁ ବେଳେ ମଣ୍ଡିକୁ ଗଲେ ଧାନ ଉଠିବାର ନାଁ ଗନ୍ଧ ନାହିଁ। ଏଭଳି ପରିସ୍ଥିତିରେ ଚାଷୀଙ୍କୁ ନାକେ ଦମ ହେବାକୁ ପଡୁଛି। ବର୍ତ୍ତମାନ ମୌସୁମୀ ବର୍ଷା ଆସିବା ପୂର୍ବରୁ ଚାଷୀଙ୍କ ଧାନ ବିକ୍ରି ନ ହେଲେ ଅନେକ ଚାଷୀ କ୍ଷତିରେ ପଡିବେ ବୋଲି କହୁଛନ୍ତି। ତେଣୁ ସରକାର ଏଦିଗରେ ଧ୍ୟାନ ଦେଇ ଚାଷୀଙ୍କ ଧାନ ଉଠାଇବାର ବ୍ୟବସ୍ଥା କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Udyog Nursery
Udyogi Nursery

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.