ବିଦ୍ୟାଳୟର ସ୍ଥିତି ପରଖିଲେ ଜିଲ୍ଲାପାଳ

● ନିର୍ମାଣ ହେବ ଇ-ଲାଇବ୍ରେରୀ, ଉଚ୍ଚ କୋଟୀର ବିଜ୍ଞାନଗାର, କମ୍ପ୍ୟୁଟର କକ୍ଷ, ସ୍ମାର୍ଟ କ୍ଲାସରୁମ୍

ଗୁଣୁପୁର/ରାମନାଗୁଡା: ରାଜ୍ୟ ସରକାରଙ୍କ ମୋ ସ୍ମୁଲ ଅଭିଯାନରେ ସାମିଲ ହୋଇଛି ରାମନାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ। ଏହାର ଉନ୍ନତି ତଥା ବିକାଶ ପାଇଁ ୪୫ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ଆଜି ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ରାମନାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।


ପ୍ରଥମେ ବିଦ୍ୟାଳୟର ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ପରେ ବିଦ୍ୟାଳୟରେ ଭିତ୍ତିଭୂମି ଥାଇସୁଦ୍ଧା ବିଦ୍ୟାଳୟ ଗୁଡିକ ଓ କ୍ଲାସରୁମ ସ୍ଥିତିକୁ ଦେଖି ବିଗିଡିଥିଲେ।ମଞ୍ଜୁର ହୋଇଥିବା ଅନୁଦାନରୁ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ବିଜ୍ଞାନଗାରର ଉନ୍ନତି, ମଡେଲ ଶୈଚାଳୟ ନିର୍ମାଣ, ବିଶୁଦ୍ଧ ପାନୀୟଜଳର ସୁବନ୍ଦୋବସ୍ତ, ବିଦ୍ୟାଳୟର ସୈନ୍ଦର୍ଯ୍ୟକରଣ ସହ ଅନାନ୍ୟ ଆବଶ୍ୟକ କାର୍ଯ୍ୟ ଗୁଡ଼ିକ ସେପ୍ଟେମ୍ବର ୨୫ସୁଦ୍ଧା ଶେଷ କରିବାକୁ ସେ ପରାମର୍ଶ ଦେଇଥିଲେ।


ଶୀଘ୍ର ଏହି କାର୍ଯ୍ୟ ଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ କରାଯିବାକୁ ବିଭାଗୀୟ ଅଧିକାରୀ କହିଛନ୍ତି। ଏହି ସମୟରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବାରିହା, ଡିଏସଏସ୍ ମନୋଜ ଗୈାଡ, ବିଡ଼ିଓ ବେଣୁଧର ଶବର, ବିଜେଡି ଜିଲ୍ଲା ସଂପାଦକ ଗଗନ ଆଚାର୍ଯ୍ୟ, ବିଇଓ ସୂଜନ ମଲ୍ଲିକଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଗୁଣୁପୁର ଉପଖଣ୍ତ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.