ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ଯାଳୟରେ କେମିତି ବ୍ୟବହୃତ ହେଉଛି ଫିଟନେସ ଅବଧି ସରିଥିବା ଗାଡି

କଳାହାଣ୍ଡି, (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ଯାଳୟରେ ବ୍ୟବହୃତ ହେଉଥିବା ଗାଡିର ଫିଟନେସ ଶେଷ ହୋଇଯାଇଥିବା ଜଣାପଡ଼ିଛି। ବିଡିଓ ବ୍ୟବହାର କରୁଥିବା ଗାଡ଼ି (ଓଡ଼ି ୦୩ ଏମ ୮୭୪୩) ବିଷ୍ଣୁ ସାହୁଙ୍କ ମାଲିକାନାରେ ଥିବା ଜଣା ପଡ଼ିଛି। ଫିଟନେସର ଅବଧି ୧୮ ଡିସେମ୍ବର ୨୦୨୦ ଶେଷ ହୋଇଛି। ଆର୍.ସି.ର ସମୟ ସୀମା ମଧ୍ଯ ୨୦୨୦ ଡିସେମ୍ବର ୧୮ ପର୍ଯ୍ଯନ୍ତ ରହିଥିଲା। ତେବେ ଫିଟନେସ୍ ନଥିବା ଗାଡି କେମିତି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟରେ ବ୍ୟବହୃତ ହେଉଛି ସେନେଇ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.