ସମାଜସେବୀ କେଶବ ଚନ୍ଦ୍ର ନନ୍ଦଙ୍କ ୧୭ ତମ ଶ୍ରାଦ୍ଧଉତ୍ସବ ପାଳିତ

କଟକ: କଟକ ସଦର ବ୍ଲକ କନ୍ଦରପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ କେଶବ ଚନ୍ଦ୍ର ନନ୍ଦଙ୍କ ୧୭ ତମ ଶ୍ରାଦ୍ଧଉତ୍ସବ ପହରଜ ପ୍ରତିଭା ପୂଜା ପରିଷଦ ଆନୁକୂଲ୍ୟରେ ଗୋପାଳ ସ୍ମୃତି ବିଦ୍ୟାପୀଠ ପରିସରରେ ପାଳିତ ହେଇଯାଇଛି। ସଭାପତି ସାହିତ୍ୟିକ କାଳୀ ପ୍ରସାଦ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମେ ଚିନ୍ତାମଣି ବାଳିକା ବିଦ୍ୟାମନ୍ଦିର ଓ ଗୋପାଳ ସ୍ମୃତି ବିଦ୍ୟାପୀଠ ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି କବି ପିତାମ୍ବର ମହାପାତ୍ର, ଉପଦେଷ୍ଟା ହୃଦାନନ୍ଦ ଜେନା, ସରସ୍ଵତୀ କଳା ପରିଷଦର ସମ୍ପାଦକ ନାଟ୍ୟକାର ଆଶୋକ ପଟ୍ଟନାୟକ, ସମାଜସେବୀ ମନମୋହନ ପରିଡା ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ନନ୍ଦଙ୍କ ଜୀବନ ଦର୍ଶନ ଯୁବ ସମାଜର ଧେୟ ହେଉ ବୋଲି ଆଲୋକପାତ କରିଥିଲେ। ପରିଶେଷରେ ସମ୍ପାଦକ ପୀୟୂଷ ରଞ୍ଜନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.