ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଭର୍ଚୁଆଲ ସାନ୍ଧ୍ୟ ଆଲୋଚନାଚକ୍ର

ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ଭର୍ଚୁଆଲ ଆସର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ପରିଚାଳନା ଓ ସଞ୍ଜୟ କୁମାର ସାହୁଙ୍କ ସଞ୍ଚାଳନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଓ୍ଵେବିନାରରେ ସୁବର୍ଣ୍ଣପୁର ଜିଲ୍ଲାର ସାରସ୍ଵତ ସାଧକ ତଥା ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ପ୍ରାରମ୍ଭିକ ଅଭିଭାଷଣ ସହ ଗଞ୍ଜାମ ଜିଲ୍ଲାର ଶିଶୁକବି ରୁଦ୍ରରୂପା ବ୍ରହ୍ମାଙ୍କର ପ୍ରାରମ୍ଭିକ ଗୁରୁ ବନ୍ଦନା ଗାନ ହୋଇଥିଲା। ରାଉରକେଲାର ସୁସାହିତ୍ୟିକ ନିରଞ୍ଜନ କରଣ ଅତିଥି ପରିଚୟ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

 

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଭବେଶ ଚନ୍ଦ୍ର ସାହୁ ତାଙ୍କର ସ୍ଵଳ୍ପ ବକ୍ତବ୍ୟରେ ବର୍ତ୍ତମାନ ନୁହେଁ, ଯାହା ଥିଲା, ଅଛି, ରହିବ ମଧ୍ୟ, ପ୍ରତ୍ୟେକଙ୍କ ଜୀବନରେ ମାଆ ପ୍ରଥମ ଗୁରୁ, ବାପା ଦ୍ଵିତୀୟ ଗୁରୁ ଏବଂ ପରବର୍ତ୍ତୀ ଗୁରୁ ଭାବରେ ବିଭିନ୍ନ ପ୍ରକାର ଶିକ୍ଷା ପାଇଁ ଶିକ୍ଷା ଗୁରୁଙ୍କର ଆବଶ୍ୟକ ରହିଛି।ପଞ୍ଚମହାଭୂତ, ବ୍ୟାସ, ପରାଶର, ଶ୍ରୀକୃଷ୍ଣଙ୍କ ଭଳି ମହାପୁରୁଷଙ୍କ ଉଦାହରଣ ମାଧ୍ୟମରେ ଗୁରୁ ପରମ୍ପରାର ମାହାତ୍ମ୍ୟ ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ।ପୌରାଣିକ କାହାଣୀ କିମ୍ବଦନ୍ତୀ ସହ ବର୍ତ୍ତମାନ ଜୀବନରେ ଗୁରୁଙ୍କ ମାଧ୍ୟମରେ ପଥ ସୁଗମ ହୋଇଥାଏ ବୋଲି ମୁଖ୍ୟ ଅତିଥି ବର୍ଣ୍ଣନା କରିଥିଲେ। ଉକ୍ତ ଆସରରେ କେନ୍ଦୁଝର ଜିଲ୍ଲାର ରତିନାରାୟଣ ରାଉତ, ବାଲେଶ୍ଵରରୁ ପ୍ରଣତି ମହାପାତ୍ର, ଜୁମମନାଥ ପାତ୍ର, ଶାନ୍ତିଲତା ପଣ୍ଡା, ସବିପିନ ବିହାରୀ ବାରିକ, ସମର ବଲ୍ଲଭ ଭୋଇ, ରତ୍ନାକର ସିଂହ, ସ୍ନିଗ୍ଧା ସାମନ୍ତରାୟ, ଗୀତା ପୁରୀ, ରାଜେନ୍ଦ୍ର କୁମାର ଗିରି, ପ୍ରଫୁଲ୍ଲ କୁମାର ଦାସ, ପ୍ରଭାତ କୁମାର ଆଚାର୍ଯ୍ୟ, ହରେରାମ ଦାସ, ସୁବ୍ରତା ମହାନ୍ତି, ସଞ୍ଜୟ କୁମାର ପଣ୍ଡା, ଭୁବନେଶ୍ୱରରୁ ପ୍ରଶାନ୍ତ କୁମାର ହୋତା, ରୀତା ଅପରାଜିତା ମହାନ୍ତି, ବିଶ୍ଵେଶ୍ଵର ମାଝୀ, ଯାଜପୁର ବିନୋଦିନୀ ଦାଶ, ବିଦ୍ୟୁତପ୍ରଭା ମିଶ୍ର, କଟକରୁ ସଞ୍ଜୟ ସାହୁ, ବିଜୟ କୁମାର ସ୍ଵାଇଁ, ବାବାଜୀ ଚରଣ ଦାସ, ଅମୁଲ୍ୟ କୁମାର ନାଏକ, ଜନରଞ୍ଜନ ନାଏକ, ପ୍ରମୋଦ କୁମାର ତ୍ରିପାଠୀ, ଅନୁଗୁଳରୁ ନନ୍ଦିନୀ ରାଉତ, ନବରଙ୍ଗପୁରରୁ ସାଗର କୁମାର ପରିଡ଼ା, ନଗେନ୍ଦ୍ର ରାଉତ, ମନୋରମା ମହାପାତ୍ର, ଶୁଭ୍ରାଂଶୁ ଶେଖର ମାହୁନ୍ତ, ଅଶୋକ କୁମାର ପ୍ରଧାନ, ତପନ କୁମାର ବିଶ୍ବାଳ, ଅଶୋକ କୁମାର ଦାସ, ବାରିପଦାରୁ ସୁମିତା ବେହେରା, ପ୍ରିୟମ୍ବଦା ସାମଲ, ନିରଞ୍ଜନ କରଣ, ବଲାଙ୍ଗୀରରୁ ଦେବେନ୍ଦ୍ର କୁମାର ନାଏକ, ଶୁଭେନ୍ଦୁ ମେହେର, ଢେଙ୍କାନାଳରୁ ତପନ କୁମାର ପ୍ରଧାନ, ଖୋର୍ଦ୍ଧାରୁ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଭଳି ବହୁ କବି କବୟତ୍ରୀ ଏହି ଆସରରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଅନ୍ତିମ ଭାଗରେ ସ୍ନିଗ୍ଧା ସାମନ୍ତରାୟଙ୍କର ଧନ୍ୟବାଦ ସହ ପ୍ରଧାନ ଶିକ୍ଷକ ରତିନାରାୟଣ ରାଉତଙ୍କ ଗୁରୁ ବନ୍ଦନା ଏବଂ ଶାନ୍ତିପାଠ ପରେ ସଭାପତିଙ୍କ ଅନୁମତି କ୍ରମେ ଆଲୋଚନା ଚକ୍ରର ସମାପ୍ତି ଘୋଷଣା ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.