୭୧ ଗୋଟି ପିଭିଟିଜି ଗ୍ରାମକୁ କେକେଡିଏରେ ସାମିଲ କରିବାନେଇ ସ୍ୱତନ୍ତ୍ର ବୈଠକ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ସ୍ଥିତ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା (କେକେଡିଏ) ସଭାଗୃହରେ ବ୍ଲକର ସରପଞ୍ଚ ଓ ସମିତି ସଭ୍ୟଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି।ଲାଞ୍ଜିଗଡ଼ ବ୍ଳକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ ତଥା କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଅରବିନ୍ଦ ରାୟ, ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ଘଡେଇ, ବ୍ଳକ ସରପଞ୍ଚ ସଂଘ ସଭାପତି ଟଙ୍କଧର ମାଝୀ, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ପ୍ରମୁଖ ଯୋଗ ଦେଇଥିଲେ। ବ୍ଳକର ୭୧ ଗୋଟି ପିଭିଟିଜି ଗ୍ରାମ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାରୁ ବାଦ ପଡିଥିବା ଯୋଗୁଁ ସେହି ଗ୍ରାମ ଗୁଡିକୁ ସାମିଲ କରିବା ପାଇଁ ଏହି ବୈଠକରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା।

Omkar Vasthu
Omkar Vasthu


ରାଜ୍ୟ ସରକାରଙ୍କ ନିଦ୍ଧାରଣ ସଂଖ୍ୟା ନଂ ୭୭୪୭ ତା.୦୪.୦୭.୨୦୨୦ ଅନୁସାରେ ଲାଞ୍ଜିଗଡ଼ ବ୍ଳକର ୨୬ ଗୋଟି ପଞ୍ଚାୟତର ୨୬୨ ଗୋଟି ପିଭିଟିଜି ଗ୍ରାମକୁ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାରେ ସାମିଲ କରାଯାଇଥିବା ବେଳେ ପୂର୍ବରୁ ୧୬ ଗୋଟି ପିଭିଟିଜି ଗ୍ରାମକୁ ମଧ୍ୟ କେକେଡିଏରେ ସାମିଲ କରାଯାଇଛି। ବର୍ତ୍ତମାନ ବ୍ଳକର ୨୭୮ ପିଭିଟିଜି ଗ୍ରାମ କେକେଡିଏରେ ସାମିଲ ରହିଛି। ଏହି ୨୭୮ ପିଭିଟିଜି ଗ୍ରାମରେ ୬୮୩୦ ପରିବାରରେ ୩୦୫୦୩ ଜଣ ଲୋକ ବସବାସ କରୁଛନ୍ତି। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ପିଭିଟିଜି ପରିବାରଙ୍କୁ ୫୦୦୦ ଟଙ୍କା ଲେଖାଏଁ କୋଭିଡ୍ ସହାୟତା ରାଶି ପ୍ରଦାନ କରିବା ପାଇଁ ଅନୁମତି ଦିଆଯାଇ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଲାଞ୍ଜିଗଡ଼ ବ୍ଳକରେ ଏହି ୨୭୮ ଗୋଟି ପିଭିଟିଜି ଗ୍ରାମର ୩୩୪୨ ପରିବାରଙ୍କୁ କୋଭିଡ୍ ସହାୟତା ରାଶି ଯୋଗାଇ ଦିଆ ଗଲାଣି। ତେଣୁ ବ୍ଳକର ବିଭିନ୍ନ ପଞ୍ଚାୟତର ଏହି ୭୧ ଗୋଟି ପିଭିଟିଜି ଗ୍ରାମ କେକେଡିଏ ରେ ସାମିଲ ହୋଇନଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଏହି କୋଭିଡ୍ ସହାୟତା ରାଶିରୁ ବଞ୍ଚିତ ଅଛନ୍ତି।ତେଣୁ ଏହି ୭୧ ଗୋଟି ପିଭିଟିଜି ଗ୍ରାମକୁ କେକେଡିଏ ରେ ସାମିଲ କରିବା ସହ ଏମାନଙ୍କୁ କୋଭିଡ୍ ରାଶି ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଅବଗତ କରାଇବାକୁ ନେଇ ସର୍ବ ସମ୍ମତି କ୍ରମେ ବୈଠକରେ ସ୍ଥିର କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna


ଏହି ଅବସରରେ ଲାଞ୍ଜିଗଡ଼ କୁଟିଆ କନ୍ଧ ସଂସ୍ଥା ଦ୍ବାରା ପୂର୍ବରୁ ଜଡିତ ଥିବା ବ୍ଳକର ୫ ଗୋଟି ପଞ୍ଚାୟତର ୧୬ ଗୋଟି ଗ୍ରାମର ପିଭିଟିଜି ଲୋକଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମଟିକୁ ଲାଞ୍ଜିଗଡ଼ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପ୍ରକଳ୍ପ ସଂଯୋଜକ ଲମ୍ବୋଦର ପ୍ରଧାନ ପରିଚାଳନା କରିଥିବାବେଳେ ଲାଞ୍ଜିଗଡ଼ ବ୍ଳକର ୨୬ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.