‘କେଗାଁ ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନିତି ଅଭିଯୋଗ ଭିତ୍ତିହିନ’

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର) : ଗତ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଗ୍ରାମପଞ୍ଚାୟତରେ ମନରେଗାରେ ଦୁର୍ନିତିରେ ହୋଇଥିବା ଅଭିଯୋଗ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ଅଭିଯୋଗକୁ ଭିତ୍ତିକରି ଗତକାଲି ଗୋଲାମୁଣ୍ଡା ବିଡିଓ ଓ ସହକାରୀ ଯନ୍ତ୍ରୀ ଉକ୍ତ ମନରେଗା ଯୋଜନାରେ କାର୍ଯ୍ୟ ହୋଇଥିବା ପୋଖରି ଓ ପଡିଆକୁ ଯାଇ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିଥିଲେ । ଉକ୍ତ ଦୁଇ ପ୍ରକଳ୍ପରେ କାର୍ଯ୍ୟ କରିଥିବା ଶ୍ରମିକମାନଙ୍କ ସହିତ ମଧ୍ୟ ଦିର୍ଘ ସମୟ ଧରି ଆଲୋଚନା କରିଥିଲେ । ତଦନ୍ତ ସମୟରେ ମନରେଗା ଯୋଜନାରେ ପୋଖରି କାର୍ଯ୍ୟରେ ଜେସିବି ମେସିନର ଓ ପଡିଆ କାର୍ଯ୍ୟରେ ଟ୍ରାକ୍ଟର ବ୍ୟବହାର ହୋଇନଥିବା ଶ୍ରମିକ ମାନେ ମନା କରିଦେଇଥିଲେ ବେଳେ ଶ୍ରମିକମାନେ ନିଜେ କାମ କରି ସିଧା ଶ୍ରମିକମାନଙ୍କ ଏକାଉଣ୍ଟକୁ ପଇସା ଯାଇଛି ବୋଲି ବିଡିଓଙ୍କୁ କହିଥିଲେ ।

Omkar Vasthu
Omkar Vasthu


ଉକ୍ତ ମନରେଗା କାର୍ଯ୍ୟରେ ଜେସିବ ଓ ଟ୍ରାକ୍ଟର ଲାଗିବା ଘଟଣା ସଂପୂର୍ଣ୍ଣ ମିଥ୍ୟା ଓ ଅନ୍ୟ ଲୋକଙ୍କ ଏକାଣ୍ଟରେ ଟଙ୍କା ପକା ପଇସାକୁ ହଡପ ଯାଇଛି ବୋଲି ଯେଉଁ ଅଭିଯୋଗ ହୋଇଛି ସେସବୁ ଭିତ୍ତିହିନ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଗୋଲାମୁଣ୍ଡା ବିଡିଓ ଶ୍ରୀମତି ସ୍ନଗ୍ଧାରାଣୀ ପ୍ରଧାନ । ଉକ୍ତ ତଦନ୍ତ ସମୟରେ ସହକାରୀ ଯନ୍ତ୍ରୀ ଦିଗାମ୍ବର ନାଏକ, କନିଷ୍ଠ ଯନ୍ତ୍ରୀ ପେସକର ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.