ପୈାରପାଳିକାର ୟୁଜର୍ସ ଫି’ନାମରେ ଟଙ୍କା ଆଦାୟକୁ ଯୁବ ବିକାଶ ପରିଷଦର ନିନ୍ଦା

● ଶ୍ମଶାନ ଘାଟ ଅବ୍ୟବସ୍ଥା ଓ ବର୍ଜ୍ୟବସ୍ତୁ ପରିଚାଳନା ବିଫଳତାକୁ ନେଇ ଦାବିପତ୍ର୍ର ପ୍ରଦାନ

ରାୟଗଡ, (ଶିବ ନାରାୟଣ ଗୈାଡ) : ରାୟଗଡ ଜିଲ୍ଳା ଯୁବ ବିକାଶ ପରିଷଦ ତରଫରୁ ରାୟଗଡ ପୈାର ପାଳିକାର ୟୁଜର୍ସ ଫି’ନାମରେ ଟଙ୍କା ଆଦାୟ, ଶ୍ମଶାନ ଘାଟର ଅବ୍ୟବସ୍ଥା ଓ ବର୍ଜ୍ୟବସ୍ତୁ ପରିଚାଳନାର ବିଫଳତାକୁ ନେଇ ୬ଦଫା ସମ୍ବଳିତ ଦାବିପତ୍ର ପରିଷଦର ସଭାପତି ଶିବାଜୀ ଦାସଙ୍କ ନେତୃତ୍ୱରେ ନିର୍ବାହୀ ଅଧିକାରୀ ୟାସିଦ୍ ବିଲାଲ ଅହମ୍ମଦଙ୍କୁ ପ୍ରଦାନ କରାଯାଇଛି । ଗତ ୩ବର୍ଷ ଧରି ରାୟଗଡ ପୈାର ପାଳିକା ତରଫରୁ କୈାଣସି ୟୁଜର୍ସ ଫି’ଆଦାୟ ନ କରାଯାଇ ବର୍ଜ୍ୟବସ୍ତୁ ପରିଚାଳନା ସୂଚାରୁ ରୂପେ ପରିଚାଳିତ ହେଉଥିବା ବେଳେ ହଠାତ୍ ୟୁଜର୍ସ ଫି ବାବଦରେ ମାସକୁ ୩୦ଟଙ୍କା ହିସାବରେ ୩୬୦ଟଙ୍କା ଘରପିଛା ଆଦାୟକୁ ଦୃଢ ନିନ୍ଦା କରାଯାଇ ତୁରନ୍ତ ଏହାକୁ ବନ୍ଦ କରିବା ପାଇଁ ଦାବି ହୋଇଛି । ପୈାରପାଳିକା ତରଫରୁ ପୈାରାଂଚଳରେ ରହୁଥିବା ପ୍ରତ୍ୟେକ ଘର ପିଚ୍ଛା ହୋଲଡିଂ ଫି’ବାବଦରେ ବାର୍ଷିକ ଲକ୍ଷାଧିକ ଟଙ୍କା ଆଦାୟ ହେଉଥିବା ବେଳେ ପୁଣି ୟୁଜର୍ସ ଫି ନାମରେ ଟଙ୍କା ଆଦାୟକୁ ପରିଷଦ ନିନ୍ଦା କରିଛି । ଯେଉଁମାନେ କୈାଣସି ଶୁଳ୍କ ପୈାରପାଳିକାକୁ ଦେଉ ନାହାନ୍ତି ସେମାନଙ୍କ ଠାରୁ ୟୁଜର୍ସ ଫି’ ଆଦାୟ କରିବା ସହ ହୋଲଡିଂ ଟ୍ୟାକ୍ସ ପୈଠ କରୁଥିବା ଘର ଏବଂ ବିପିଏଲ ବର୍ଗଙ୍କୁ ଏଥିରୁ ବାଦ ଦିଆଯାଉ ବୋଲି ଦାବି ହୋଇଛି ।

Omkar Vasthu
Omkar Vasthu


ସେହିପରି ହୋଲଡିଂ ଟ୍ୟାକ୍ସ ନାମରେ ଆଦାୟ ହେଉଥିବା ଅର୍ଥରେ ବର୍ଜ୍ୟବସ୍ତୁ ପରିଚାଳନା, ରାସ୍ତା, ନାଳ ନର୍ଦ୍ଦମା ନିର୍ମାଣ, ଷ୍ଟ୍ରିଟ ଲାଇଟ ଆଦି ବ୍ୟବସ୍ଥା ହେଉଥିବା ବେଳେ ପୁଣି ୟୁଜର୍ସ ଫି’ଆଦାୟ ବନ୍ଦ କରାଯାଉ ବୋଲି ଦାବିପତ୍ରରେ ଉଲ୍ଳେଖ ରହିଛି । କେନ୍ଦ୍ର ଏବଂ ରାଜ୍ୟ ସରକାର କ୍ୟାସଲେସ୍ ନେଣଦେଣକୁ ଅଗ୍ରାଧିକାର ଦେଉଥିବା ବେଳେ ୟୁଜର୍ସ ଫି’ ନାମରେ ସ୍ୱଚ୍ଛସାଥୀମାନଙ୍କ ଦ୍ୱାରା ଲକ୍ଷାଧିକ ଟଙ୍କା ଆଦାୟ କରାଯାଉଥିବା ଆଇନ ଉଂଲଘନ ହେଉଥିବାରୁ ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ସ୍ୱତନ୍ତ୍ର ଏକାଉଂଟ ଖୋଲି ସଂପୂର୍ଣ୍ଣ କ୍ୟାସଲେସ୍ ଟ୍ରାନଜେକ୍ସନ କରାଯାଉ ବୋଲି ଦାବି ଉଲ୍ଲେଖ ରହିଛି । ସହରରେ ନିର୍ମାଣ ହେଉଥିବା ନାଳନର୍ଦ୍ଦମା ଗୁଡିକ ବୈଷୟିକ ଜ୍ଞାନକୈାଶଳରେ ନିର୍ମାଣ ହେଉ ନ ଥିବାରୁ ବର୍ଜ୍ୟଜଳ ନିଷ୍କାସନ ହେଉ ନ ଥିବାରୁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବାରୁ ସେଥିରେ ସୁଧାର ଆଣିବା ଏବଂ ଷ୍ଟ୍ରିଟ ଲାଇଟ ଜଳିବାର ସୁପରିଚାଳାନା ପାଇଁ ଦାବି କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna


ନାଗାବଳୀ ନଦୀରେ ସହରର ନାଳନର୍ଦ୍ଦମା ପାଣିକୁ ଛଡା ଯିବା ପୂର୍ବରୁ ନଦୀଯାଏଁ ପକ୍କା ଡ୍ରେନ୍ ବ୍ୟବସ୍ଥା କରିବା ସହ କତୁରୁ ନିକଟସ୍ଥ ହରିଶ୍ଚନ୍ଦ୍ର୍ର ଘାଟ, ରାଣୀଗୁଡା ଫାର୍ମ ଅଂଚଳ ଓ ଗୁରୁମଗୁଡା ଅଂଚଳର ଶ୍ମଶାନ ଘାଟରେ ଆଲୋକୀକରଣ ବ୍ୟବସ୍ଥା, ପାନୀୟ ଜଳ, ଶୈାଚାଳୟ, ଗାଧୁଆ ଗୃହ ଓ ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି । ଆସନ୍ତା ଏକ ମାସ ମଧ୍ୟରେ ଦାବି ପୂରଣ ଦିଗରେ ପଦକ୍ଷେପ ଗ୍ରହଣ ନ ହେଲେ ଯୁବ ବିକାଶ ପରିଷଦ ପକ୍ଷରୁ ପୈାରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯିବ ବୋଲି ସଭାପତି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଗୋପିନାଥ ଗୈାଡ, ଶିବ ପ୍ରସାଦ ପାଢୀ, ଗଣେଷ କୁମାର ସାହୁ, ସୋମନାଥ ଦଳେଇ,ଭିକାରୀ ପାତ୍ର, ବିଭିଷଣ ଦଳେଇ ,ପିତାମ୍ବର ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.