କାଦୁଅ ରାସ୍ତାରେ ଧାନ ରୋଇ ପ୍ରତିବାଦ ଜଣାଇଲେ ଭବାନିଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ

କଳାହାଣ୍ଡି ( ଲିଙ୍ଗରାଜ ମିଶ୍ର ): ନର୍ଲା ବ୍ଲକ ସରିଆଁ ପଞ୍ଚାୟତ ଅଧୀନ ଚିଆଁପଦରର ଏ.ବି.ସି ଛକଠାରୁ କେସିଙ୍ଗା ବ୍ଲକ ଅଧୀନସ୍ଥ କର୍ଲାଖୁଣ୍ଟାକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଅଞ୍ଚଳବାସୀ ଡାକ୍ତରଖାନା ଯିବା ସମୟରେ ତଥା ଅନ୍ୟ ସମୟରେ ମଧ୍ୟ ଯାନବାହନ ଯିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ଅଳ୍ପ ବର୍ଷାରେ ମଧ୍ୟ ରାସ୍ତା ଉପରେ ପାଣି ଜମି ରାସ୍ତା କାଦୁଅ ପଚ ପଚ କରୁଥିବା ଦେଖି ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ଯୁବକ ମାନେ ପ୍ରତିବାଦ ସ୍ବରୂପ ରାସ୍ତାରେ ଧାନ ରୋଇଛନ୍ତି। ଏହି ରାସ୍ତାରେ ଗାଡି ମୋଟର ଯିବା କଥା ଦୂରେ ଥାଉ ଚାଲି ଚାଲି ଯିବାର ମଧ୍ୟ କାଠିକର ପାଠ । ଜିଲ୍ଲା ପ୍ରସାଶନ ତଥା ନେତା ମାନକୁ ଆଗରୁ ମଧ୍ୟ ବହୁତ ଥର ଦାବିପତ୍ର ଦିଆହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଟିର କାମ ହୋଇପାରିନାହିଁ । ରାସ୍ତା ହେବ ବୋଲି ବୋଲି ଦୀର୍ଘ ବର୍ଷ ହେଲା ପଡିରହିଛି । ଅନେକ ନେତା ମନ୍ତ୍ରୀ, ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ସାରିଥିଲେ ମଧ୍ୟ ଫଳ ମିଳି ପାରୁନି । ପକ୍କା ରାସ୍ତା ପାଇଁ ଅଞ୍ଚଳ ବାସି ତଥା ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ତରଫରୁ ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦରଖାସ୍ତ ଦିଆଯାଇଛି କିନ୍ତୁ ଫଳ ଶୁନ୍ । ରାସ୍ତାଟି ଏତେ ପଙ୍କିଳ କାଦୁଅ ହୋଇଛି ଯେ, ଏହା ଏକ ଧାନ ବିଲ ସଦୃଶ ପ୍ରତୀୟମାନ ହେଉଛି । ଏଣୁ ଭବାନିଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ ମାନେ ଏହି କାଦୁଅ ରାସ୍ତାରେ ଧାନ ରୋଇ ପ୍ରଶାସନ ଓ ସରକାରଙ୍କୁ ଚେତାଇ ଦେଉଥିବା ଦେଖିବାକୁ ମିଳିଛି । ଉକ୍ତ ରାସ୍ତା ଉପରେ ଧାନ ରୁଆ କାର୍ଯ୍ୟକ୍ରମରେ ସମାଜସେବୀ ଯୋଶୋବନ୍ତ ରଣା, ଅନୁଷ୍ଠାନର ସମ୍ପାଦକ ମିଲନ କୁମାର ଭୋଇ , କୋଷାଧ୍ୟକ୍ଷ ସୌମ୍ୟରଂଜନ ସା, ପ୍ରତ୍ୟୁଷ କୁମାର ଭୋଇ , ସୌରଭ କୁମାର ଭୋଇ, ଆୟୁଷ ରାଞ୍ଜନ ଭୋଇ, ଅଶିମ ଭୋଇ, ସୁନନ୍ଦ ଭୋଇ, ମୋହିତ କୁମାର ଭୋଇ, ଅଚ୍ୟୁତାନନ୍ଦ ଭୋଇ, ଦିପେଶ ସାହୁ , ପ୍ରବୀଣ ସେଠୀ ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.