ଅନ୍ତା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ସ୍ଥିତ ଅନ୍ତା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ସରକାରଙ୍କ କୋଭିଡ୍ କଟକଣା ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ଅନୁପସ୍ଥିତିରେ ସେମାନଙ୍କ ଅଭିଭାବକଙ୍କୁ ପୋଷାକ ବିତରଣ କରାଯାଇଅଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନିମା ମିଶ୍ର ଯୋଗ ଦେଇଥିବା ବେଳେ ଶିକ୍ଷକ ପ୍ରତାପ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରତାପ ଚନ୍ଦ୍ର ପଣ୍ଡା, ସୁଜାତା ମହାପାତ୍ର, ଇଂରାଜୀ ଶିକ୍ଷକ ହରିହର ପଟ୍ଟନାୟକ, ସୁନିତା ଭଟ୍ଟମିଶ୍ର, ନିରୁପମା ବେହେରା, ସାଇବାଣୀ ପାତ୍ର, ଗଗନ ବିହାରୀ ଦାସ,ମୁକୁନ୍ଦ ବେହେରା, ସୁଷମା ରଥ, ଅମ୍ବିକା ସାହୁ, ମିଲନ କର ପ୍ରମୁଖ ସହଯୋଗ କରିଥିଲେ। ୨୦୨୧ ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟର ୧୦୬ ଜଣ ଛାତ୍ର ଛାତ୍ରୀଙ୍କୁ ସମୁଦାୟ ଦୁଇ ହଳ ପୋଷାକ ସେମାନଙ୍କ ଅଭିଭାବକଙ୍କୁ ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.