ଓଜେୟୁ ରାୟଗଡା ଶାଖାର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ରାୟଗଡ, ୨୯|୮ (ଶିବ ନାରାୟଣ ଗୈାଡ): ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତା ଚୟନ ହୋଇଯାଇଛି । ଏ ନେଇ ଜିଲ୍ଲା ମଙ୍ଗଳ ସଂଘ କାର୍ଯ୍ୟାଳୟରେ ଓଜେୟୁ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟ ସାଧାରଣ ସଂପାଦକ ଶଶୀଭୂଷଣ ପ୍ରହରାଜ ଏବଂ ସଂଗଠନ ସଂପାଦକ ବିଶ୍ୱରଂଜନ ପାଣିଗ୍ରାହି ଯୋଗଦେଇଥିଲେ । ଶ୍ରୀପ୍ରହରାଜ, ଓଡିଶା ସାମ୍ବାଦିକ ସଂଘ ତରଫରୁ ସାମ୍ବାଦିକ ମାନଙ୍କ ସୁରକ୍ଷା ନିମନ୍ତେ କଡା ଆଇନ ପ୍ରଣୟନ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ । ଏଥି ସାମ୍ବାଦିକ ମାନଙ୍କ ସ୍ୱାସ୍ଥ୍ୟବୀମା ରାଶିରେ ବୃଦ୍ଧି ଓ କୋଭିଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ମାନଙ୍କ ପରିବାରବର୍ଗଙ୍କୁ ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ଦାବୀ ଉପସ୍ଥାପନ ହୋଇଥିବା ସୂଚନା ଦେଇଥିଲେ ।


ଶ୍ରୀପ୍ରହରାଜଙ୍କ ଉପସ୍ଥିତିରେ ଆଜି ରାୟଗଡା ଶାଖାର ନୂତନ କର୍ମକର୍ତା ଚୟନ ହୋଇଥିଲା । ସର୍ବସମ୍ମତି କ୍ରମେ ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ନରସିଂହ ନାଥ ପାଢୀ, ରଂଜନ ରଥଙ୍କୁ ଚୟନ କରାଯାଇଥିବା ବେଳେ ସଭାପତି ଭାବେ ସୁବ୍ରତ ଚୌଧୁରୀ, ଉପ-ସଭାପତି ଗୌରୀଶଙ୍କର ପଟ୍ଟନାୟକ, ମହେନ୍ଦ୍ର ସ୍ୱାଇଁ, ସାଧାରଣ ସଂପାଦକ ଭାବେ ନିରଂଜନ ପାଳ, ସହ-ସଂପାଦକ ଭାବେ ଗଜମୋହନ ଗରଡିଆ ଏବଂ କୋଷାଧ୍ୟକ୍ଷ ଭାବେ ବି.ଭି.ରାବଣାଙ୍କୁ ଚୟନ କରାଯାଇଥିଲା । ବୈଠକରେ ସାମ୍ବାଦିକ ସଂଗ୍ରାମ ପଟ୍ଟନାୟକ, ଶିବାଜୀ ଦାଶ, ସ୍ମୃତି ମହାନ୍ତି, ବି.ଏଚ.ନାଗରାଜୁ, ଆଲୋକ ମହାରଣ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ରତ୍ମାକର ନାୟକ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.