ଧର୍ମଗଡ଼, ୩୦|୮ (ଲବଣୀ ରାଉତ): ଧର୍ମଗଡ଼ ସାହିତ୍ୟ ସଂସଦର ସୃଜନ ସମାରୋହ ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯୁବ ପ୍ରାବନ୍ଧିକ ମୋହନ ଚରଣ ବିଶିଙ୍କ ପ୍ରଥମ ପ୍ରବନ୍ଧ ସଂକଳନ “ଯେମିତି ଦୃଷ୍ଟି” ଲୋକାର୍ପଣ କରାଯାଇଥିଲା ।
ସଂସଦର ସଭାପତି ଲିଙ୍ଗରାଜ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ପ୍ରତାପ କିଶୋର ମୁଣ୍ଡ ମୁଖ୍ୟ ଅତିଥି, ଶିକ୍ଷାବିତ ସତ୍ୟ ପଟ୍ଟନାୟକ ବିଶିଷ୍ଟ ଅତିଥି, ନାଟ୍ୟକାର ପରମେଶ୍ବର ମୁଣ୍ଡ ସମୀକ୍ଷକ, ସୁସାହିତ୍ୟିକ ଜନ୍ମେଜୟ ପାତ୍ର, ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡର ଅଧ୍ୟକ୍ଷ କାଳିଆ ଗଞ୍ଜନ ସାହୁ, ଥୁଆମୂଳ ରାମପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ଲଖିରାମ ଅଗ୍ରୱାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ, ଅଧ୍ୟାପକ ଅଶ୍ବିନୀ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରାବନ୍ଧିକ ମୋହନ ଚରଣ ବିଶିଙ୍କ ପ୍ରବନ୍ଧ ବିଷୟରେ ଆଲୋଚନା କରିଥିଲେ । କବି ମାନସ ରଞ୍ଜନ ମୁଣ୍ଡ ମଞ୍ଚ ସଂଚାଳନା ଓ ଅଧ୍ୟାପକ ସଂଜୀବ କୁମାର ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।
ଦ୍ଵିତୀୟ ଅଧିବେଶନରେ ଆୟୋଜିତ କବିତା ପାଠୋତ୍ସବରେ କବି ସୁଧୀର ମେହେରଙ୍କ ସଭାପତିତ୍ୱରେ କବି ଭୁବନେଶ୍ୱର ପୁରୋହିତ ମୁଖ୍ୟ ଅତିଥି ଏବଂ କବି ଚାଇୟା ମୂରୁଖ, ନଳିନୀକାନ୍ତ ଦାସ, ରଶ୍ମି ରଞ୍ଜନ ସ୍ୱାଇଁ, ମୋହନ ଚରଣ ବିଶି ତଥା ରାଜେଶ କୁମାର ମୁଣ୍ଡ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଆସରରେ ପ୍ରାୟ ୪୦ ଜଣ କବି କବୟତ୍ରୀ ସ୍ୱରଚିତ କବିତା ଆବୃତି କରିଥିଲେ । କବି ବଂକିମ ମୁଣ୍ଡ, ଅକ୍ଷୟ ପଟ୍ଟନାୟକ ତଥା କବି ଚିନ୍ମୟ ପଣ୍ଡା ସଂଯୋଜନା କରିଥିଲେ । କବି ଶାନ୍ତନୁ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।