ଭବାନୀପାଟଣାରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବ

ଭବାନୀପାଟଣା, ୨୯|୮: ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆ ଠାରେ ଆଜି ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଉକ୍ତ ଉତ୍ସବରେ ଯୋଗଦେଇ କୋଭିଡରେ ମୃତ୍ୟୁବରଣ କରିଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ସହାୟତା ପ୍ରଦାନ କରିବାସହ ପୋଲିସ ବାହିନୀରେ ଉଲ୍ଲେଖନୀୟ ଅବଦାନ ପାଇଁ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜର ମୋଟ ୨୭ ଜଣଙ୍କୁ ସାମ୍ମାନିତ କରାଯାଇଛି। କାର୍ଯ୍ୟରତ ଥିବା ସମୟରେ କରୋନା ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ୪ ଜଣ କର୍ମଚାରୀଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ସହ ପୋଲିସ ବାହିନୀରେ ଉଲ୍ଲେଖନୀୟ ସେବା ଯୋଗାଇଥିବା ମୋଟ ୨୩ ଜଣଙ୍କୁ ସମ୍ମାନିତ କରାଯାଇଛି।

Udyog Nursery
Udyogi Nursery


ଏହି ସମାରୋହରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍ ଓ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ କୁଲେଷ୍କର ନୀତିନଙ୍କୁ ମାଓ କାର୍ଯ୍ୟକଳାପ ଓ କରୋନାକାଳରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସଫଳତା ସହ ପରିଚାଳନା ପାଇଁ ସମ୍ମାନିତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.