ସାମଗ୍ରୀକ ବିକାଶ ପାଇଁ ବହୁତ କିଛି କରିବାର ଅଛି -ପଦ୍ମଶ୍ରୀ ଶାନ୍ତି ଦେବୀ

● ରାୟଗଡ ଜିଲ୍ଲାସ୍ତରୀୟ “ଆଜାଦୀ କା ଅମୃତ” ସପ୍ତାହ ମହୋତ୍ସବ ପାଳିତ

ରାୟଗଡ, ୩୦|୮ (ଶିବ ନାରାୟଣ ଗୈାଡ): ସ୍ବାଧୀନତାର ୭୫ତମ ବର୍ଷ ଅବସରରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ “ଆଜାଦୀ କା ଅମୃତ” ସପ୍ତାହ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଶାନ୍ତି ଦେବୀ ଉପସ୍ଥିତ ହୋଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଏସ.ପି. ବିବେକାନନ୍ଦ ଶର୍ମା, ପିଡି-ଡ଼ିଆରଡ଼ିଏ ମହେଶ୍ୱର ଚନ୍ଦ୍ର ନାଏକ, ମୁଖ୍ୟ ବକ୍ତା ରୂପେ ଅବସରପ୍ରାପ୍ତ ଶିକ୍ଷାବିତ୍ ଡଃ. ଦୁଷ୍ମନ୍ତ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା, ସମାଜସେବୀ ଗୌରାଙ୍ଗ ରାଉତ ଏବଂ ଅନ୍ୟମାନେ ମଞ୍ଚାସିନ ହୋଇଥିଲେ। ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଆଜି ଆମର ବିକାଶ ବହୁ ଶିଖରରେ ପାଦ ଦେଇଛି। ଆମର ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ କାର୍ଯ୍ୟକରି ଲୋକଙ୍କ ନିକଟତର ହୋଇଛନ୍ତି। ରାୟଗଡ ଜିଲ୍ଲାରେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳ ସେଚନ, ପାନୀୟ ଜଳ ଭଳି ଅନ୍ୟ କ୍ଷେତ୍ର ରେ ମଧ୍ୟ ବହୁ ପରିବର୍ତ୍ତନ ଆସିପାରିଛି ତେଣୁ ସମସ୍ତଙ୍କ ସହଭାଗିତାରେ ଆହୁରି ସଫଳତା ହାସଲ କରିବା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ । ସମାଜସେବୀ ଶ୍ରୀ ରାଉତ ୭୫ ବର୍ଷର ସ୍ବାଧୀନତାରେ ଭାରତ ଆଜି ମଧ୍ୟ ଆହୁରି ଅନେକ କିଛି କରିବାର ବାକି ରହିଛି l ଆଜି ମଧ୍ୟ ସମାଜରେ ଅନ୍ଧ ବିଶ୍ୱାସ, କୁସଂସ୍କାର ଏବଂ ନାରୀ ନିର୍ଯ୍ୟାତନା ବାରମ୍ବାର ଘଟୁଛି । ଗ୍ରାମାଂଚଳରେ ଏବେ ବି ମୋଳିକ ଅଧିକାରରୁ ଗ୍ରାମବାସୀ ବଂଚିତ ହୋଇଛନ୍ତି । ଗାନ୍ଧିଜୀଙ୍କ ସ୍ବାଧୀନ ଭାରତର ସପ୍ନ କେମିତି ସାକାର ହେବ ବୋଲି କୋହଭରା କଣ୍ଠରେ ନିଜ ବକ୍ତବ୍ୟ ରଖିଥିଲେ ।

Omkar Vasthu
Omkar Vasthu


ସେହିପରି ବରିଷ୍ଠ ସାମ୍ବାଦିକ ବାଦଲ କହିଛନ୍ତି ଆମ ଦେଶର ସମ୍ବିଧାନ ଠାରୁ କୌଣସି ଦେଶ ସମ୍ବିଧାନ ବୃହତ ନୁହେଁ। ଆମ ଦେଶରେ ସମସ୍ତ ଲୋକଙ୍କ ବାକ୍ ଶକ୍ତିର ଅଧିକାର ଦିଆଯାଇଛି। ୭୫ ବର୍ଷର ଆଜାଦୀ ଆଜି ଆମକୁ ବହୁତ କିଛି ଦେଇଛି। ଏଠାକାର ଆଦିବାସୀ ନିଜେ ଆତ୍ମନିର୍ଭରଶୀଳ ଯାହା ତାଙ୍କ ଘର ତିଆରି ଠାରୁ ଖାଦ୍ୟ ଶସ୍ୟ ସାମଗ୍ରୀ ନିଜେ ପ୍ରସ୍ତୁତ କରନ୍ତି। ସେହିପରି ଶିକ୍ଷାବିତ ଶ୍ରୀ ମହାନ୍ତି କହିଛନ୍ତି ଜଣେ ମହିଳା ମାଲିଗାଁ’ର ବେବି ହୁଇକା କହିଲେ ମୋ ପାଖରେ ପାଠ ନାହିଁ କିନ୍ତୁ ମୋ ବାକ୍ ଶକ୍ତି ଅଛି । ଏହିପରି ଆମ ଦେଶର ବୈଜ୍ଞାନିକ ମାନେ କାହାଠାରୁ ଜ୍ଞାନ କୌଶଳ ନଆଣି ନିଜ ଜ୍ଞାନ କୌଶଳରେ ବିଭିନ୍ନ କ୍ଷେପଣାସ୍ତ୍ର ତିଆରି କରି ଦେଶର ଟେକ ରଖିଛନ୍ତି। ମୁଖ୍ୟ ଅତିଥି ପଦ୍ମଶ୍ରୀ ଶାନ୍ତି ଦେବୀ କହିଛନ୍ତି ସରକାର ବହୁ ଯୋଜନା କରୁଛନ୍ତି କିନ୍ତୁ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ପ୍ରତି ଦିନ ବିଭିନ୍ନ ଖବରକାଗଜରେ ଦେଖୁଛୁ କେଉଁ ଗ୍ରାମକୁ ରାସ୍ତା ନାହିଁ ତ କାହାକୁ ଖାଇବାକୁ ନାହିଁ। ତେବେ ଗାନ୍ଧିଜୀଙ୍କ ସ୍ବାଧୀନ ଭାରତରେ କେବେ ଏହି ସବୁ ବ୍ଯବସ୍ଥା ସୁଧିରିଯିବ। ଆମେ କେତେ ସ୍ବାଧୀନ ତାହା ଲୋକେ ଜାଣିବା ଆବଶ୍ୟକ ଏବଂ ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ବହୁତ କିଛି କରିବାର ଅଛି ବୋଲି କହିଥିଲେ।

Pearl dental clinic
Near Ashish Medical Store, Bhawanipatna


ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ଜିଲ୍ଲାପାଳଙ୍କ ଦ୍ବାରା ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ନାୟକ, ବରିଷ୍ଠ ନାଗରିକ ସଂଘର ସଭାପତି ବିନୋଦ ପଣ୍ଡା, ଗବେଷକ ଶ୍ରୀରଙ୍ଗ ନାୟକ ଏବଂ ଆଦିବାସୀ ନେତ୍ରୀ ଶ୍ରୀମତୀ ବିଦୁଲତା ହୁଇକା, ସଂସ୍କୃତି ମହିଳା କ୍ଲବର ସଭାପତି ସୁଜାତା ମାଦଳା, ଜିସିଡ଼ି ୱାକର୍ସ କ୍ଲବର ସଭାପତି ସୁରେନ୍ଦ୍ର ପ୍ରସାଦ ସାହୁ,ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଳନ୍ଧର ପୁଷିକା, ସେନଚୁରିଆନର ସଭାପତି ରାଜେଶ ପାଢ଼ୀ, ଏସୟୁଜେ ସାମ୍ବାଦିକ ସଂଘ ରାୟଗଡ ଜିଲ୍ଲା ଶାଖା ସଭାପତି ଶିବ ନାରାୟଣ ଗଉଡଙ୍କ ସମେତ ଅନ୍ୟ ସାମ୍ବାଦିକ ସଂଗଠନର ସଭାପତି ଓ କର୍ମକର୍ତ୍ତାମାନେ, ମା’ ସନ୍ତୋଷୀ କଳା ପ୍ରତିଷ୍ଠାନର ସଭାପତି ସନ୍ତୋଷ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପିଡି ଡିଆରଡିଏ ଶ୍ରୀ ନାୟକ ସମାପନ ଭାଷଣ ଦେଇ ସଭାସାଙ୍ଗ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.