ଗୋଚର ଜମି ଜବରଦଖଲକାରୀଙ୍କ କବ୍‌ଜାରେ, ଚିନ୍ତାରେ ଗୋ ଚାଷୀ

କଳାହାଣ୍ଡି, ୧ା୯ (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଗ୍ରାମପଞ୍ଚାୟତ ସାନଚେରଗାଁରେ ଥିବା ଗୋଚର ଜମି ଜବଦଖଲକାରୀଙ୍କ କବ୍‌ଜାରେ ଥିବାରୁ ଗୋ ଚାଷୀମାନେ ଚିନ୍ତାରେ ଅଛନ୍ତି । ସାନଚେରଗାଁରେ ଥିବା ୫୦ ଏକରରୁ ଉଦ୍ଧ୍ୱ ଗୋଚର ଜମି ଜବରଦଖଲକାରୀଙ୍କ କବ୍‌ଜାରେ ଥିବାରୁ ଗାଇ ବଳଦ ଚରିବାକୁ ଜାଗା ନଥିବାରୁ ଗୋ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଧାରଣତଃ ବର୍ଷା ଦିନ ଆସିଲେ ସମସ୍ୟା ଦ୍ୱିଗୁଣିତ ହୋଇଯାଇଥାଏ । ବିଲ ପଡିଆ ଜମିରେ ଲୋକେ ଚାଷ କରୁଥିବାରୁ ଗାଇ ବଳଦ ଚରାଇବାକୁ ଅନେକ ଅସୁବିଧା ହେଉଥିବା ଗୋ ଚାଷୀମାନେ ଅଭିଯୋଗ କରିଛନ୍ତି । ସାଚଚେରଗାଁରେ ୩୦୦ରୁ ଉଦ୍ଧ୍ୱ ଗାଇ ବଳଦ ଅଛି । ଅନେକ ଚାଷୀ ଗୋ ପାଳନ କରି ଗାଁକୁ ଗାଁ କ୍ଷୀର ବିକି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଦିର୍ଘ ଦିନ ହେଲା ଗୋଚର ଜମି ପଡିଆ ଜବରଦଖଲକାରୀଙ୍କ କବ୍‌ଜାରେ ଥିବାରୁ ଗାଇ ବଳଦ ଚରିବାକୁ ଆଉ ପଡିଆ ନାହିଁ । ଅପରପକ୍ଷରେ ଗାଇ ବଳଦ ଚରାଇବାକୁ ପାଖ ଚୁରା ପହାଡକୁ ଯାଉଥିବା ବେଳେ ବର୍ତ୍ତମାନ ଚୁରା ପାହାଡକୁ ଯିବା ରାସ୍ତା ମଧ୍ୟ ଜବଦଖଲକାରୀଙ୍କ କବ୍‌ଜାରେ ଥିବାରୁ ଗୋ ଚାଷୀଙ୍କ ସମସ୍ୟା ବଢିଯାଇଛି । ଏଣୁ ଗୋଚର ଜମିକୁ ଜବଦଦଖଲ ଉଚ୍ଛେଦ ସହିତ ଚୁରା ପହାଡକୁ ଯିବାକୁ ନିତିଦିନିଆ ରାସ୍ତା କରିବାକୁ ଗୋଚାଷୀମାନେ ଦାବୀ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.