କଳାହାଣ୍ଡି, ୧|୯ (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କଂସିଲ ଓ ଧଅଁରାଖମନ ଠାରେ ପୃଥକ ପୃଥକ ଭାବେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ଓ କର୍ଲମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ କୋଭିଡ ଟୀକାକରଣ ଶିବିର ଆୟୋଜନ କରାଯାଇଥିଲା ।ଏଥିରେ ଚିକିତ୍ସା ଅଧିକାରୀ ସୌମ୍ୟ ରଞ୍ଜନ ପାତ୍ର, ଜନ ସ୍ଵାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ଦାଶ, ବିପିଏମ ଅଜିତ ସିଂ କୁମାର, ବାଡା ପ୍ରତାପ ସାହୁ, ମହିଳା ସ୍ୱାସ୍ଥ କର୍ମୀ ଶୁଭଶ୍ରୀ ସିଂ, ସଂସ୍ଥା କର୍ମୀ ଗରୁଡ଼ ଭୋଇ, ପ୍ରଦୀପ କୁମାର ସାହୁ, ଜଗଦୀଶ ରଣା, କିଶୋର ଦାଶ, ବେଣୁପାଣି ସାହୁ ପ୍ରମୁଖ ଉପସ୍ଥିତ ରହି କୋଭିଡ ଟୀକାର ଉପକାରିତ ଓ ତୃତୀୟ ଲହର ପାଇଁ ପ୍ରସ୍ତୁତି ରହିବା ଉପରେ ଆଲୋକପାତ କରିଥିଲେ।
ଏଥିରେ କର୍ଲମୁଣ୍ଡା ବ୍ଲକ ଓ ମ.ରାମପୁର ବ୍ଲକର ପ୍ରାୟ ଆଠ ଟି ଗାଁ ର ୧୧୦ଜଣ ପୁରୁଷ ମହିଳା ଟୀକା ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ ବିକାଶ କମିଟିର ଜଗନ୍ନାଥ ଭୋଇ, ହେମାଲତା ସା, ଅନିରୁଦ୍ଧ ପୁଟେଲ, ବିଶ୍ବମ୍ବର ଭୋଇ, ବକଦେଵ ଭୋଇ, ରାଜେନ୍ଦ୍ର ସା ପ୍ରମୁଖ ସହଯୋଗ କରିଥିଲେ।