ଜୁନାଗଡ, ୧|୯ (ରାକେଶ ବେମାଲ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଆଜି କୃଷକ ମାନେ ମରୁଡି ଘୋଷଣା ଓ ସହାୟତା ଯୋଗାଇଦେବାକୁ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୃଷକ ସମନ୍ୱୟ ସମିତି ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପାଖରୁ ଏକ ରାଲି ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। କୃଷକ ନେତା ଲକ୍ଷଣ ରଣବିର, ବିଶ୍ୱନାଥ କର, ଦାମ ବେହେରା, ନିରଞ୍ଜନ ପଧାନ, ହୃଦାନନ୍ଦ ମାଝୀ, ଦେବରାଜ ଛତ୍ରୀଆ, ଟୁନୁ ଟୋଳଟିଆ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏକ ବିରାଟ ରାଲିରେ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ସହ ବ୍ଲକକୁ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ।