ବିଦେଶୀ ମଦ ଦୋକାନ ସ୍ଥାନାନ୍ତରଣ ନିର୍ଦ୍ଦେଶ: ଏପଟେ ଅବକାରୀ ଅଧିକ୍ଷକଙ୍କ ଚିଠିକୁ ବେଖାତିର

● ମଦ ଦୋକାନ ସ୍ଥାନାନ୍ତରିତ ନହେଲେ ଆନ୍ଦୋଳନ ଚେତାବନୀ

କଳାହାଣ୍ଡି, ୩|୯ (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଠାରେ ରାଜରାସ୍ତା କଡରେ ଏକ ବିଦେଶୀ ମଦ ଦୋକାନ ଖୋଲିଛି ତାକୁ ବିରୋଧ କରି କିଛିଦିନ ତଳେ ସ୍ଥାନୀୟ ଲୋକେ ଓ ଜନପ୍ରତିନିଧି ମାନେ ଏହାକୁ ଅନ୍ୟତ୍ର ଘୁଚାଇଁବା ପାଇଁ ଅଭିଯୋଗ କରିଥିଲେ । ଏନେଇ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ପାଖରେ ଅଭିଯୋଗ କରିଥିଲେ ଏହାକୁ କେନ୍ଦ୍ର କରି କଳାହାଣ୍ଡି ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ଚିଠି ନଂ-୯୭୧ ତା-୧୬-୦୭-୨୧ରିଖ ଦିନ ଗୋଲାମୁଣ୍ଡା ବିଦେଶୀ ମଦ ମାଲିକଙ୍କୁ ଚିଠି ମାଧ୍ୟମରେ ଏକ ମାସ ଭିତରେ ତାଙ୍କ ମଦ ଦୋକାନକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଚିଠି କରିଥିଲେ । ହେଲେ ଆଜକୁ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ଅବକାରୀ ବିଭାଗର ଚିଠିକୁ ଅବମାନନା କରି ତାଙ୍କ ମଦ ଦୋକାନକୁ ସ୍ଥାନାନ୍ତରିତ କରିନାହାନ୍ତି । ଏହାକୁ ନେଇ ବିଭାଗ ତରଫରୁ କୋଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଏଥିରେ ଅବକାରୀ ବିଭାଗ ପ୍ରତି ସାଧାରଣ ଲୋକଙ୍କ ସନ୍ଦେହ ପ୍ରକାଶ କରୁଛନ୍ତି । ତୁରନ୍ତ ଯଦି ମଦ ଦୋକାନକୁ ସ୍ଥାନାନ୍ତରିତ ନ କରାଯାଏ ତା ହେଲେ ଆଗାମୀ ଦିନରେ ଆନ୍ଦୋଳନର ପନ୍ଥା ଆପଣାଇବୁ ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.