✒️ପଞ୍ଚାନନ ଜାଲ (ସୌରଭ)
ହୃଦୟରୁ ମୁଁ ଗୁରୁଙ୍କ ନିମନ୍ତେ
ଲେଖୁଅଛି ଆଜି କିଛି
ଗୁରୁଙ୍କ ସ୍ନେହ ପ୍ରେମ ଶ୍ରଦ୍ଧା
ଆଜି ଯାଏଁ ମୋ ସାଥେ ଅଛି।
ମାତା ପିତା ମୋର ପ୍ରଥମ ଗୁରୁ
ଦ୍ଵିତୀୟରେ ଅଟ ତୁମେ
ତୁମରି ଆଶୀର୍ବାଦରେ ଆଜି
ଶିକ୍ଷିତ ମଣିଷରେ ଗଣା ହଉଛୁ ଆମେ।
ଛାତ୍ର ଜୀବନର ଅନ୍ଧକାରକୁ
ମିଟାଇ ଦିଅନ୍ତି ଯିଏ
ଜାଳୁଥାନ୍ତି ଜ୍ଞାନର ଦୀପକୁ
ଜୀବନ ଥିବା ଯାଏଁ।
ମନେପଡ଼ିଯାଏ ତୁମ ହାତର ମାଡ଼
ମନେପଡେ ତୁମ ଗାଳି
ଖୋଜିଲେ ମିଳୁନି ସେହି ସମୟ
ପିଠି ମୋ ପଡ଼ିଛି ଖାଲି।
ଆମ ପ୍ରତି ଥାଉ ଭଲପାଇବା
ଥାଉ ଆଶୀର୍ବାଦ ତୁମର
ତୁମ ପାଇଁ ଆଜି ସୈାରଭ ଗର୍ବିତ
(କରେ) ପଦପାଙ୍କଜରେ ନମସ୍କାର।
ଗୁରୁ ପାଇଁ ଆଉ କଣ ଲେଖିବି
ଶବଦ ଦେଉନି ଧରା
ତୁମ ପାଇଁ ସୃଷ୍ଟି ଏ ଶିକ୍ଷିତ ସମାଜ
ପୂଜେ ତୁମକୁ ଜଗତ ସାରା।
ଯେଉଁ ପାଠ ମୁଁ ତୁମଠୁ ଶିଖିଥିଲି
ସେଥିରୁ ଲେଖିଛି ମୁଁ କିଛି
କ୍ଷମା କରିଦେବ କୁନି ଛାତ୍ର ଭାବି
ଯଦି ଲେଖାରେ ମୋର ଭୁଲ ଅଛି।
ମାଣ୍ଡେଲ, ନର୍ଲା, କଳାହାଣ୍ଡି
ମୋ: 8144166360