ମୁଣ୍ଡାଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳନ

● ‘ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ଆଲୋକ ଭଳି ସଠିକ ରାସ୍ତା ଦେଖାନ୍ତି।’

ଲାଞ୍ଜିଗଡ଼, ୫|୯: ଆଜି ହେଉଛି ପବିତ୍ର ଗୁରୁ ଦିବସ। ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ। ଏହି ଦିନକୁ ‘ଗୁରୁ ଦିବସ’ ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବ୍ଲକ ମୁଣ୍ଡାଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି। ଏଥୂ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟବାନ ପୁଝାରୀ, ଶିକ୍ଷକ ବିଭୁତି ଭୁଷଣ ତାଣ୍ଡି, ଶିକ୍ଷକ ଗୁଣ ବର୍ଦ୍ଧନ ରାଓ, ନିରାକାର ସାହୁ, କୁନୁ ହିଆଲ୍, ରୋହିତ କୁମାର ସାହୁ, ଶିକ୍ଷୟିତ୍ରୀ ଜେନାମଣି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସର୍ବ ପ୍ରଥମେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦିପପ୍ରଜ୍ଜଳନ ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଶିକ୍ଷକ ଶ୍ରୀ ତାଣ୍ଡି ତାଙ୍କ ଅଭିଭାଷଣରେ କହିଥିଲେ ‘ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ଆଲୋକ ଭଳି ସଠିକ ରାସ୍ତା ଦେଖାନ୍ତି। ମା’ ବାପାଙ୍କ ପରେ ଗୁରୁ ହିଁ ଆମର ମାର୍ଗଦର୍ଶକ ସାଜନ୍ତି। ଆମକୁ ଶିକ୍ଷା ଦିଅନ୍ତି, ମାର୍ଜିତ କରନ୍ତି, ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ମଧ୍ୟ ରଖନ୍ତି। ଏହାଦ୍ୱାରା ଶିଷ୍ୟ ଦିନେ ସଫଳତା ପାଏ ଓ ଆଗକୁ ବଢ଼େ। ଖାଲି ପାଠପଢ଼ା କ୍ଷେତ୍ରରେ ନୁହେଁ; ସଂଗୀତ, ନୃତ୍ୟ, ଚିତ୍ରକଳାଠାରୁ ଆରମ୍ଭ କରି ଖେଳକୁଦ ପରି ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଆମେ ଗୁରୁଟିଏ ଲୋଡ଼ିଥାଉ। ଏହି କାରଣରୁ ସମାଜ ସବୁବେଳେ ଗୁରୁଙ୍କ ନିକଟରେ ଋଣୀ। ଶିଷ୍ୟର ଚରିତ୍ର ଗଠନ ହେଉ କିମ୍ବା ତାକୁ ଭଲ ମଣିଷ ରୂପେ ଗଢ଼ି ତୋଳିବାରେ ଗୁରୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅସଲ ଗୁରୁ ଶିଷ୍ୟକୁ ପଥ ପ୍ରଦର୍ଶନ କରନ୍ତି ଏବଂ ସେହି ପଥରେ ଯାଇ ଶିଷ୍ୟ ସଫଳତା ପାଏ। ତେବେ ଆଜିକା ଯୁଗରେ ମୋବାଇଲ ଆସିବା ପରେ ଗୁରୁଶିଷ୍ୟଙ୍କ ଭିତରେ ଫାଟ ସୃଷ୍ଟି କରିଥିବା କହିଥିଲେ।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.