ଭବାନୀପାଟଣା, ୫|୯: ବାଲ୍ ଗୋପାଲ ସେବା ନିକେତନ ପରିସରରେ ପବିତ୍ର ଗୁରୁ ଦିବସ ତଥା ରାଷ୍ଟ୍ରଗୁରୁ ଡ଼ଃ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପୂଣ୍ୟ ଜନ୍ମତିଥି ପାଳିତ ହୋଇଯାଇଛି। ପ୍ରଦୀପ ପ୍ରଜ୍ବଳନ ଓ ଡ଼ଃ. ରାଧାକୃଷ୍ଣନଙ୍କ ପ୍ରତିକୃତିରେ ପୂଜ୍ୟପୂଜା ପରେ ଅନୁଷ୍ଠାନର ଅନ୍ତେବାସୀଙ୍କ ଦ୍ଵାରା ଗୁରୁ ପୂଜନ ଓ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଅନ୍ତେବାସୀ ମଙ୍ଗଳ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ତେବାସୀ ଗୋବିନ୍ଦ ଦାସ, ଆଦିତ୍ୟ ସୁନା ଓ ଟିକଚନ୍ଦ୍ର ଗଉଡ଼ ଗୁରୁ ଦିବସର ତାତ୍ପର୍ଯ୍ୟ ଓ ଗୁରୁ ମହିମା ଉପରେ ବକ୍ତବ୍ୟ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଯୋଗ ପ୍ରଶିକ୍ଷକ ଅଶୋକ କୁମାର ମୁଣ୍ଡ , ସଙ୍ଗୀତ ଶିକ୍ଷକ ପ୍ରକାଶ ଚନ୍ଦ୍ର ସିଂ, ସମିତ୍ କୁମାର ମିଶ୍ର, ଗିରିଧାରୀ ଭୋଇ, ହିମାଂଶୁ ନାଏକ, କମ୍ପ୍ୟୁଟର ଶିକ୍ଷକ ବିକାଶ ପ୍ରସାଦ ପ୍ରମୁଖ ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିବା ସହ ଶିଶୁ ମାନଙ୍କୁ ଆଶିର୍ବଚନ କରିଥିଲେ। ଅନ୍ତେବାସୀଙ୍କ ଦ୍ଵାରା ଗୁରସ୍ତୋତ୍ରମ୍ ଗାନ, ପ୍ରାରମ୍ଭିକ ସଂଗୀତ, ଗୁରୁ ଭଜନ ଓ ଉଦଯାପନୀ ସଂଗୀତ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ହେମନ୍ତ କୁମାର ମୁଣ୍ଡ ଏହି ସଭାରେ ସଭାପତିତ୍ୱ କରିଥିଲେ ଏବଂ ଅନ୍ତେବାସୀ ମଙ୍ଗଳ ନାୟକ କୃତଜ୍ଞତା ଜ୍ଞାପନ କରିଥିଲେ।