ସର୍ଗିଗୁଡାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ

କଳାହାଣ୍ଡି, ୧୧|୯ (ଲିଙ୍ଗରାଜ ମିଶ୍ର): ପଶ୍ଚିମ ଓଡିଶାର ପ୍ରମୁଖ ଗଣପର୍ବ ନୂଆଖାଇ ଆଜି ନିରାଡମ୍ବର ସହକାରେ ପାଳିତ ହୋଇଛି । କରୋନା ମହାମାରୀର ଛିଟାରେ ଫିକା ପଡିଛି ଭାଇଚାରାର ପର୍ବ ନୂଆଖାଇ କରୋନାର ଭୟ ସେତେଟା ନଥିଲେ ମଧ୍ୟ ସରକାରଙ୍କର କରୋନା କଟକଣା ନିୟମ ଲାଗୁ ରହିଛି । ଅଯଥା ଭିଡକୁ ବାରଣ କରାଯାଇଛି । ପ୍ରତିବର୍ଷ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଇଷ୍ଟଦେବୀ ଏବଂ ଗ୍ରାମଦେବୀଙ୍କ ଠାରେ ଚାଷୀକୂଳ ନିଜର ପ୍ରଥମ ଉତ୍ପାଦିତ ଧାନକୁ ଗ୍ରାମଦେବୀଙ୍କ ଠାରେ ସମର୍ପଣ କଲାପରେ ସମସ୍ତେ ଏକତ୍ରୀତ ହୋଇ ନୂଆଖାଇ ପାଳିଥାନ୍ତି । ଏହି ଚାଷୀର ପର୍ବ ନୂଆଖାଇ ଏବର୍ଷ ମହାମାରୀ କରୋନା ଯୋଗୁଁ ଏକ ପ୍ରକାର ଫିକା ପଡିଥିବା ଦେଖିବାକୁ ମିଳିଛି ।


ଲୋକଙ୍କ ମନରେ ନୂଆଖାଇର ଯେଉଁ ଉତ୍ସ।ହ ଦେଖାଦେଇଥାଏ ତାହା ଗତ ବର୍ଷ ୨୦୨୦ ରୁ ନିରାଶରେ ପରିଣତ ହୋଇଛି । ଗାଁର ସାନ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ମିଶି ବିଭିନ୍ନ କ୍ରୀଡା ପ୍ରତିଯୋଗୀତା ଓ ନୂଆଖାଇ ଭେଟ୍ଘାଟ୍ ଭଳି କାର୍ଯ୍ୟକ୍ରମ କରିଥାନ୍ତି । ନୂଆଖାଇ ସଂଧ୍ୟାରେ ପ୍ରତ୍ୟେକ ଗାଁ ଦାଣ୍ଡ ଢୋଲ, ମହୂରୀ, ନିଶାଣ ବାଦ୍ୟରେ ଫାଟିପଡେ । ବିଶେଷ କରି ନର୍ଲା, ସର୍ଗିଗୁଡା, ମାଣ୍ଡେଲ, ରୁପ୍ରା, ରୁପ୍ରାରୋଡ ପ୍ରଭୃତି ଅଞ୍ଚଳର ବିଭିନ୍ନ ଗାଁ ପ୍ରଭୃତିରେ ନୂଆଖାଇ ଉପଲକ୍ଷେ ଜବରଦସ୍ତ ମନୋରଞ୍ଜନର କାର୍ଯ୍ୟକ୍ରମ ମାନ କରିଥାନ୍ତି । ସମସ୍ତେ ଗୀତ ନାଚରେ ମଜ୍ଜି ଯାଆନ୍ତି । କିନ୍ତୁ ଏ ବର୍ଷ ମଧ୍ୟ କରୋନା କଟକଣା ଯୋଗୁଁ ନୂଆଖାଇ ଉପଲକ୍ଷେ କୌଣସୀ ବି ସ୍ଥାନରେ କିଛି ବି କାର୍ଯ୍ୟକ୍ରମ ହେଉନଥିବା ଜଣାପଡିଛି ।


କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ସର୍ଗିଗୁଡା ଗ୍ରାମରେ ଗତକାଲି ପାରମ୍ପାରିକ “ରୁଗିବଲା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ଦିନ ୧୦ ଘଣ୍ଟା ସମୟରେ ସର୍ଗିଗୁଡାର ଧର୍ନୀ ଦେବୀ ଠାରେ ଜାନୀ, ଝାକର, ଗଣା ଗୌନ୍ତିଆଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ଗ୍ରାମର ପ୍ରହରୀ ମଣ୍ଡପ ଠାରେ ରାଧାକୃଷ୍ଣଙ୍କ ସମୀପୀରେ ନବାନ୍ନ ଲାଗି ହୋଇଥିଲା । ଏହାପରେ ୧୧.୩୦ ରେ ଧାର୍ଯ୍ୟ ଲଗ୍ନ ଅନୁଯାୟୀ ଗ୍ରାମବାସୀ ନବାନ୍ନ ଭକ୍ଷଣ କରିଥିଲେ ।


ନବାନ୍ନ ଭକ୍ଷଣ ପରେ ନୂଆଖାଇ ଭେଟଘାଟ ଓ ଜୁହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମର ପ୍ରହରୀ ମଣ୍ଡ ଠାରେ ଗ୍ରାମର ବରିଷ୍ଠ ବ୍ୟକ୍ତି ନିଳାମ୍ବର ପଧାନ, କୈଳାସ ବିଶ୍ୱାଳ, ପୀତବାସ ନାଗ, ଶଶିଦେବ ନାଗ, କହ୍ନେଇ ପୋଢ, କୈଳାସ ବିଶ୍ୱାଳ, ଘନଶ୍ୟାମ ଭୋଇ, ଭକ୍ତ ନାଏକ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ବୀରକିଶୋର ମାଝୀ, ମୋହନ ସାହୁ, ବୀରେନ୍ଦ୍ର ନାଏକ, ସନାତନ ବିଶ୍ୱାଳ, ୱାର୍ଡ ସଭ୍ୟ ଭୈରବ ପୋଢ, ଯୁବ ନେତୃତ୍ୱ କିଶୋର କୁମାର ନାଏକ, ପ୍ରଫୁଲ୍ଲ ନାଗ, ପଙ୍କଜ ପଧାନ, ଚକ୍ରଧର ସା, ପ୍ରଫୁଲ୍ଲ ନାଗ, ବନବାସ ପଧାନ, ସୁଗ୍ରୀବ ନାଏକ, ରଏବାରୁ ନାଏକ, ସଞ୍ଜୟ ନାଏକ, ରମେଶ ନାଏକ, ରବିନ ବାଗ ସମେତ ଶତାଧିକ ଗ୍ରାମବାସୀ ସମବେତ ହୋଇ ନୂଆଖାଇ ଜୁହାର କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ । ସର୍ଗିଗୁଡା ସମେତ ଆଖପାଖ ଗ୍ରାମ ଗୁଡିକରେ ମଧ୍ୟ ନୂଆଖାଇ ଜୁହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଣପର୍ବ ପବିତ୍ର ନୂଆଖାଇ ଅବସରରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନର ସଭାପତି କମ୍ବୁପାଣି ମିଶ୍ର, ସର୍ଗିଗୁଡା ସରପଞ୍ଚ ନରସିଂହ କୁମାର, ଅଭିଷେକ ଇଣ୍ଡେନ ଗେସ୍ ର ସିଇଓ ସମୀର ଚାନ୍ଦ ଜନ ସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.