କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଦେବଶିଳ୍ପୀ ବିଶ୍ୱକର୍ମା ପୂଜାକୁ ନେଇ କୋରାପୁଟର ମେଘରାଜ ବୁଲଡକନ୍ ଚଳଚଞ୍ଚଳ ହୋଇଛି। ଏହାର ପରିସର ମଧ୍ୟରେ ସୃଷ୍ଟି ସର୍ଜନକାରି ବିଶ୍ୱକର୍ମାଙ୍କ ପୂଜା ସୁରୁଖୁରୁରେ ପାଳିତ ହୋଇଯାଇଅଛି। ଏବର୍ଷ ବିଶ୍ୱକର୍ମା ପୂଜା ପାରମ୍ପରିକ ରୀତିନୀତି ସହକାରେ ସମ୍ପୂର୍ଣ ନିରାଡ଼ମ୍ବର ଭାବରେ ଆୟୋଜିତ ହୋଇଥିଲା। ମେଘରାଜ ବୁଲଡ଼କନ ବିଶ୍ୱକର୍ମା ପୂଜା କମିଟି ପକ୍ଷରୁ ଏହି ପୂଜା ଆୟୋଜିତ ହୋଇଥିଲା। ଏଥିରେ କର୍ତ୍ତା ଭାବରେ ମେଘରାଜ ବୁଲଡ଼କନ୍ ର ମାଲିକ ରାଜେଶ ସୋନେଜା ଦାୟିତ୍ୱ ନିର୍ବାହ କରିଥିବାବେଳେ ଏଠାକାର କର୍ମଚାରୀମାନେ ସହଯୋଗ କରିଥିଲେ।